ଆତଙ୍କୀ ଆକ୍ରମଣରେ ଜଣେ ପୁଲିସକର୍ମୀ ସହିଦ

ଆହତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି….

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଶ୍ରୀନଗର ସହରର ଲାଲବାଜାର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଫଳରେ ଜଣେ ପୁଲିସକର୍ମୀ ସହିଦ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି । ଆହତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ, ଲାଲବାଜାରସ୍ଥିତ ଜିଡି ଗୋୟନକା ସ୍କୁଲ ପାଖରେ ପୁଲିସ ନାକା ପାର୍ଟି ଉପରକୁ ଆତଙ୍କବାଦୀମାନେ ଫାୟରିଂ କରିଥିଲେ । ଘଟଣାସ୍ଥଳରେ ଏଏସଆଇ ମୁସ୍ତାକ ଅହମ୍ମଦଙ୍କର ମୃତ୍ୟୁ ଘଟିଥିବାବେଳେ ହେଡ କନେଷ୍ଟବଳ ଓ ସିପାହୀ ଆହତ ହୋଇଛନ୍ତି ।