ଦେଶ ଛାଡି ମାଳଦୀପ ପଳାଇଲେ ରାଜପକ୍ଷେ

ରିପୋର୍ଟ ଅନୁସାରେ ଗୋଟାବାୟା ରାଜପକ୍ଷେ ନିଜର ଇସ୍ତଫା ଉପରେ ଦସ୍ତଖତ କରିଦେଇଥିଲେ….

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ଦେଶରୁ ପଳାୟନ କରିଛନ୍ତି । ଗୋଟାବାୟା ରାଜପକ୍ଷେ ମାଳଦୀପ ପହଞ୍ଚିଛନ୍ତି । ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପୂର୍ବରୁ ପରିବାର ସମେତ ନିଜକୁ ସୁରକ୍ଷା ମାଗିଥିଲେ । ରାଜପକ୍ଷେ ସର୍ତ୍ତ ରଖି କହିଥିଲେ ଯେ, ସେ ପରିବାର ସମେତ ଦେଶରୁ ବାହାରିଯିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ ପଠାଇବାକୁ ସୁନିଶ୍ଚିତ କରାଯାଉ । ରିପୋର୍ଟ ଅନୁସାରେ ଗୋଟାବାୟା ରାଜପକ୍ଷେ ନିଜର ଇସ୍ତଫା ଉପରେ ଦସ୍ତଖତ କରିଦେଇଥିଲେ । ସୂଚନାଯୋଗ୍ୟ, ତିନି ଦିନ ପୂର୍ବରୁ ବାଚସ୍ପତିଙ୍କୁ ରାଷ୍ଟ୍ରପତି ଇସ୍ତଫା ନେଇ ସୂଚନା ଦେଇଥିଲେ । ବୁଧବାର ଗୋଟାବାୟା ରାଜପକ୍ଷେଙ୍କୁ ଇସ୍ତଫା ଦେବାର ଥିଲା । କିନ୍ତୁ ଏହା ପୂର୍ବରୁ ସେ ନିଜେ ଓ ପରିବାର ପାଇଁ ଦେଶ ବାହାରକୁ ଯିବା ପାଇଁ ସୁରକ୍ଷା ମାଗିଥିଲେ ।