ରାମ ସେତୁକୁ ଜାତୀୟ ଐତିହ୍ୟ ମାନ୍ୟତା ଦେବାକୁ ସ୍ୱାମୀଙ୍କ ଆବେଦନ
ତାମିଲନାଡୁର ଦକ୍ଷିଣପୂର୍ବ ଉପକୂଳରେ ଥିବା ରାମେଶ୍ୱରମ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନାର ଦ୍ୱୀପକୁ..
ନୂଆଦିଲ୍ଲୀ: ରାମ ସେତୁକୁ ଜାତୀୟ ଐତିହ୍ୟ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ବିଜେପି ନେତା ଡ. ସୁବ୍ରମଣ୍ୟମ ସ୍ୱାମୀ । କୋର୍ଟ ମଧ୍ୟ ଏହି ଆବେଦନକୁ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଜୁଲାଇ ୨୬ ତାରିଖରେ ଆବେଦନର ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ମାମଲା ଆବେଦନ ହେବା ପରେ ଶୁଣାଣି କରିବାକୁ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।
ମାମଲାର ଶୁଣାଣି ପାଇଁ ଅନେକ ଥର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ । ଚଳିତ ବର୍ଷ ଫେବ୍ରୁଆରୀରେ ମଧ୍ୟ ମାମଲାରେ ଶୁଣାଣି କରିବାକୁ ସେ କୋର୍ଟରେ ଆବଦେନ କରିଥିଲେ । ଏନେଇ କେନ୍ଦ୍ର ସରକାର ମଧ୍ୟ ସତ୍ୟାପଠ ଦାଖଲ କରିଥିବା କୋର୍ଟକୁ ଜଣାଇଥିଲେ ସ୍ୱାମୀ ।
ସୂଚନାଯୋଗ୍ୟ ଯେ, ତାମିଲନାଡୁର ଦକ୍ଷିଣପୂର୍ବ ଉପକୂଳରେ ଥିବା ରାମେଶ୍ୱରମ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନାର ଦ୍ୱୀପକୁ ଏହି ସେତୁ ଯୋଡ଼ୁଛି । ହିନ୍ଦୁ ପୁରଣା ରାମାୟଣ ଅନୁସାରେ ଭଗବାନ ଶ୍ରୀ ରାମ ତାଙ୍କର ବାନର ସେନା ଦ୍ୱାରା ଏହି ସେତୁ ନିର୍ମାଣ କରାଇଥିଲେ ।