ନୂଆ ରୂପରେ କୁଇନ କଙ୍ଗନା
ଏଥିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଦେଖିବାକୁ ମିଳିଛି…
ମୁମ୍ବାଇ: ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ନୂଆ ଲୁକରେ ଫ୍ୟାନମାନଙ୍କୁ ଦେଇଛନ୍ତି ସରପ୍ରାଇଜ । ଦେଶର ସବୁଠୁ ଶକ୍ତିଶାଳୀ ମହିଳା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା । ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ଏମରଜେନ୍ସି’ର ଟିଜର । ଏଥିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ରିଲିଜ ହୋଇଥିବା ଟିଜରରେ କଙ୍ଗନାଙ୍କୁ ଲୁକ୍ସ, ଏକ୍ସପ୍ରେସନ ଓ ତାଙ୍କର ଭଏସ ପୂରାପୁରି ଇନ୍ଦିରାଙ୍କ ମ୍ୟାଚ କରିବାକୁ ଚେଷ୍ଟା କରାଯାଇଛି । କେବଳ ସେତିକି ନୁହେଁ କଙ୍ଗନା ପୂରା ପାଖାପଖି ଇନ୍ଦିରା ଗାନ୍ଧିଙ୍କ ଭଳି ହିଁ ଦେଖାଯାଉଛନ୍ତି । ହଠାତ ଦେଖିଲେ ତାଙ୍କୁ ଚିହ୍ନବା ମୁସକିଲ ଲାଗୁଛି । କଙ୍ଗନାଙ୍କ ଏହି ଲୁକ୍କୁ ଜବରଦସ୍ତ ପ୍ରଶଂସା କରାଯାଉଛି ।