ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ

ନିଜ ଦେଶରେ ଏହି ମ୍ୟାଚ ଖେଳିବ ଭାରତୀୟ ଟିମ…

ନୂଆଦିଲ୍ଲୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୫ ଟେଷ୍ଟ ମ୍ୟାଚ । ବର୍ଡର–ଗାଭାସ୍କର ଟ୍ରଫି ମୁକାବିଲାରେ ବିଶ୍ୱର ଏହି ଦୁଇ ଶ୍ରେଷ୍ଠ ଦଳ ସାମ୍ନାସାମ୍ନି ହେବେ । ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟେଷ୍ଟ ଅନୁଷ୍ଠିତ ହେବ । ୨୦୨୩ ମେ’ ଠାରୁ ୨୦୨୭ ଏପ୍ରିଲ ପର୍ଯ୍ୟନ୍ତ ଆସିସି ଫ୍ୟୁଚର ଟୁରସ ପୋଗ୍ରାମ ଅନ୍ତର୍ଗତ ଏହି ମ୍ୟାଚ ଖେଳା ଯିବା ନିମନ୍ତେ ଯୋଜନା ହୋଇଛି । ଆସନ୍ତା ୪ ବର୍ଷ ଭିତରେ ଏଭଳି ଦୁଇଟି ଟେଷ୍ଟ ସିରିଜ ଖେଳାଯିବା ନିମନ୍ତେ ସ୍ଥିର ହୋଇଛି ।

ସେହିପରି ଇଂଲଣ୍ଡ ଟିମ ସହ ଦୁଇଟି ପାଞ୍ଚଟିକିଆ ଟେଷ୍ଟ ସିରିଜ ଖେଳିବ ଭାରତୀୟ ଟିମ । ନିଜ ଦେଶରେ ଏହି ମ୍ୟାଚ ଖେଳିବ ଭାରତୀୟ ଟିମ । ଗୋଟିଏ ୨୦୨୪ ପ୍ରଥମରୁ ଖେଳା ଯିବାକୁ ଥିବା ବେଳେ ଅନ୍ୟଟି ୨୦୨୫ ଶେଷ ବଳକୁ ଖେଳାଯିବ । ସେହିପରି ଭାରତୀୟ ଟିମ ନ୍ୟୁଜିଲାଣ୍ଡକୁ ତିନିଟିକିଆ ଟେଷ୍ଟ ସିରିଜରେ ଭେଟିବ । ଏହି ଏଫଟିବି ଡ୍ରାଫ୍ଟ ଅନୁସାରେ ଭାରତ ୩୮ଟି ଟେଷ୍ଟ ଖେଳିବ ।