ଏଜବେଷ୍ଟନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ମହିଳା ଦଳ

ଉଭୟଙ୍କ ମଧ୍ୟରେ ଜୁଲାଇ ୩୧ରେ ମୁକାବିଲା ଖେଳାଯିବ…

ନୂଆଦିଲ୍ଲୀ : ଜୁଲାଇ ୨୮ରୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ୭୨ ଦେଶର ୪୫୦୦ ପ୍ରତିଯୋଗୀ ଭାଗନେବେ । ଏଥର ମୁଖ୍ୟ ଆକର୍ଷଣ ରହିବ କ୍ରିକେଟ । ପ୍ରଥମ ମ୍ୟାଚ ଜୁଲାଇ ୨୯ରେ ଖେଳାଯିବ । ସମସ୍ତ ମ୍ୟାଚ ବର୍ମିଂହାମର ଏଜବେଷ୍ଟନରେ ଖେଳାଯିବ । ଏଥିପାଇଁ ଭାରତୀୟ ମହିଳା ଟିମ ମଧ୍ୟ ଘୋଷଣା ସରିଛି । ତେବେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଏହା ଯେ ଭାରତ-ପାକିସ୍ତାନ ସହ ମୁକାବିଲା ଖେଳିବ ।

ଭାରତୀୟ ଦଳର ନେତୃତ୍ୱ ହରମନପ୍ରିତ କୌରଙ୍କ ହାତରେ । ଭାରତ-ପାକିସ୍ତାନ ଗୋଟିଏ ଟିମରେ ରହିଛନ୍ତି । ଉଭୟଙ୍କ ମଧ୍ୟରେ ଜୁଲାଇ ୩୧ରେ ମୁକାବିଲା ଖେଳାଯିବ । ଗ୍ରୁପ-ଏ ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ବାରବାଡୋସ । ଗ୍ରୁପ-ବି ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଲିଗ ମ୍ୟାଚର କ୍ୱାଲିଫାୟର ଟିମ ରହିବେ ।