ବିଜେବି ମହାବିଦ୍ୟାଳୟରେ ପୁଣି ରାଗିଂ

ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ….

ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ କରିଛନ୍ତି। ନିର୍ଯାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।