ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ

ଶ୍ରୀଲଙ୍କାରେରାଷ୍ଟ୍ରପତି ଭାବ ଶପଥ ଗ୍ରହଣ କରିଛନ୍ତି ରାନିଲ ବିକ୍ରମସିଙ୍ଘେ । ପୂର୍ବତନ ରାଷ୍ଟ୍ରପତି ବିଦେଶ…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେରାଷ୍ଟ୍ରପତି ଭାବ ଶପଥ ଗ୍ରହଣ କରିଛନ୍ତି ରାନିଲ ବିକ୍ରମସିଙ୍ଘେ । ପୂର୍ବତନ ରାଷ୍ଟ୍ରପତି ବିଦେଶ ପଳାୟନ ପରେ କାମଚଳା ରାଷ୍ଟ୍ରପତି ଦାୟିତ୍ୱରେ ଥିବା ବିକ୍ରମସିଙ୍ଘେ ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଥିଲେ । ବହୁ ବାଦ ବିବାଦ ଓ ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ନୂଆ ରାଷ୍ଟ୍ରପତି ପାଇଛି । ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ବିକ୍ରମସିଙ୍ଘେଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୮୨ ଖଣ୍ଡ ଭୋଟ ମିଳିଥିଲା । ଜାରି ରହିଥିବା ଅସ୍ଥିରତା ଓ ହିଂସା ମଧ୍ୟରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ସ୍ଥିତିକୁ ସ୍ୱାଭାବିକ କରିବା ବିକ୍ରମସିଙ୍ଘେଙ୍କ ପାଇଁ ବଡ ଆହ୍ୱାନ ହେବାକୁ ଯାଉଛି ।