୧୨ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଯବାନ

ନୂଆଦିଲ୍ଲୀ: ଲଦାଖରେ ଭାରତ-ତିବତ ସୀମା ପୁଲିସ (ଆଇଟିବିପି)ର ଯବାନ ଆଜାଦୀର ଅମୃତ ମହୋତ୍ସବ ଅନ୍ତର୍ଗତ ୧୨ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି । ଏଥିସହିତ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉଡାଇବାକୁ ଦେଶବାସୀଙ୍କୁ ଯବାନମାନେ ଅପିଲ କରିଛନ୍ତି । ସୂଚନାଯୋଗ୍ୟ, ଆଜାଦୀର ଅମୃତ ମହୋତ୍ସବକୁ ନେଇ ଦେଶର ଅନେକ ଭାଗରେ ବିଭିନ୍ନ କାର୍ଯ୍ୟକ୍ରମ ସରକାରୀ ଓ ଘରୋଇ ସଂସ୍ଥା ଦ୍ୱାରା ଆୟୋଜନ କରାଯାଇଛି । ଏଥିରେ ତ୍ରିରଙ୍ଗା ଯାତ୍ରା ଓ ନିକ୍କଡ ନାଟକ ସାମିଲ ରହିଛି । ଅନେକ ରାଜ୍ୟରେ ସବୁ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି ।