ଜୟପୁରରେ ବର୍ଷାର ତାଣ୍ଡବ

ଉକ୍ତ ଅଂଚଳରେ ନାଳ ଓ ରାସ୍ତା ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି….

ଜୟପୁର: ଜୟପୁରରେ ପ୍ରବଳ ବର୍ଷା ଫଳରେ ସହରର ଖ୍ରୀଷ୍ଟିଆନପେଟା ନିକଟସ୍ଥ ବିଜୁ ରାଜ ନଗର, ଡିଆଇସି ଅଫିସ ନିକଟ ଅଂଚଳରେ ରହିଥିବା ପ୍ରାୟ ସମସ୍ତଙ୍କ ଘରେ ବର୍ଷା ପାଣି ପଶିଯାଇଥିଲା । ଉକ୍ତ ଅଂଚଳରେ ନାଳ ଓ ରାସ୍ତା ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ନେଇ ସାହି ବାସିନ୍ଦା ଉତ୍ୟେକ୍ତ ହୋଇ ଜାତୀୟ ରାଜପଥ ନମ୍ବର ୨୬ ର ଖ୍ରୀଷ୍ଟିଆନପେଟା ନିକଟରେ ରାସ୍ତା ଅବରୋଧ କରିଥିଲେ ।

ଏହି ଖବର ଶୁଣି ଜୟପୁର ପୌର ଅଧ୍ୟକ୍ଷ, ପୌର କାଯ୍ୟନିବାହୀ ଅଧିକାରି ଘଟଣାସ୍ଥଳରେ ପହଂଚି ଅବରୋଧକାରିଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ଏହା ସହ ସହରର ଜୟନଗର ନିକଟରେ ଥିବା ଉତ୍କଳ ବିହାର ଅଂଚଳରେ ବର୍ଷା ପାଣି ପଶିଯାଇଥିବାର ଦୃଶ୍ୟକୁ ସାହି ବାସିନ୍ଦା ଭିଡିଓ ଉତୋଳନ କରି ଭାଇରାଲ କରିଥିଲେ ।