ଏସିଆ କପରେ ରୋହିତ-କୋହଲି ଓପନିଂ କରିବେ !

ପଟେଲ କହିଛନ୍ତି ଯେ କୋହଲି ଯଦି ଓପନିଂ କରନ୍ତି ତେବେ ତାଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ…..

ମୁମ୍ବାଇ : ଚଳିତବର୍ଷ ୟୁଏଇରେ ଖେଳାଯିବ ଏସିଆ କପ ଟୁର୍ଣ୍ଣାମେଣ୍ଟ । ଏସିଆ କପ ପାଇଁ ଭାରତୀୟ ଟିମ ମଧ୍ୟ ଘୋଷଣା ସରିଛି । ତେବେ ଖରାପ ଫର୍ମକୁ ନେଇ ଗତ କରୁଥିବା ବିରାଟ କୋହଲିଙ୍କୁ ପୂର୍ବତନ ଖେଳାଳି ପାର୍ଥିବ ପଟେଲ ଏକ ପରାମର୍ଶ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ସହ ବିରାଟଙ୍କୁ ଓପନିଂ କରିବା ଉଚିତ ବୋଲି ସେ କହିଛନ୍ତି । ପଟେଲ କହିଛନ୍ତି ଯେ କୋହଲି ଯଦି ଓପନିଂ କରନ୍ତି ତେବେ ତାଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ । ପୂର୍ବରୁ ବିରାଟଙ୍କ ଓପନିଂ ହିସାବରେ ଭଲ ଟ୍ରାକ ରେକର୍ଡ ରହିଛି । ଏପିରିକି ସେ ଆଇପିଏଲରେ ଓପନିଂ ଖେଳି ଭଲ ରନ ସଂଗ୍ରହ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଇପିଏଲରେ ଓପନର ଭାବେ ବ୍ୟାଟିଂ କରି ବିରାଟଙ୍କ ରେକର୍ଡ ଭଲ ରହିଛି ।