ତାଲିବାନର ବର୍ବରତା: ବଜାରରେ ହସିବାରୁ ଯୁବତୀଙ୍କୁ ମାଡ

କୌଣସି ସ୍ଥାନକୁ ବିନା ପୁରୁଷରେ ଯିବା ପାଇଁ ବାରଣ ମଧ୍ୟ କରାଯାଉଛି….

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ରାଜୁତି ଚାଲିଛି । ସେଠାକାର ଜନତାଙ୍କ ଜୀବନ ଦିନକୁ ଦିନ ନର୍କ ପାଲଟିବାରେ ଲାଗିଛି । କାବୁଲର ବଜାରର ଜଣେ ଯୁବତୀଙ୍କୁ ହସୁଥିବାରୁ ମାଡ ମରାଯାଇଥିବା ସୂଚନା ମିଳିଛି । ମହିଳାମାନଙ୍କୁ ଏଠାରେ କଟକଣାରେ ଜୀବନ ଅତତିବାହିତ କରୁଛନ୍ତ । କୌଣସି ସ୍ଥାନକୁ ବିନା ପୁରୁଷରେ ଯିବା ପାଇଁ ବାରଣ ମଧ୍ୟ କରାଯାଉଛି । ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ତାଲିବାନ ମହିଳାଙ୍କ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଉଛି । ଜଣେ ଯୁବତୀଙ୍କ କହିବାନୁସାରେ, ତାଲିବାନର କିଛି ସଦସ୍ୟ ଜଣେ ମହିଳାଙ୍କୁ ବଜାରରେ ମାଡ ମାରୁଥିଲେ ।

କିଛି ମହିଳା ଯେଉଁ ପୋଷାକ ପିନ୍ଧିଥିଲେ ତାହା ତାଲିବାନକୁ ପସନ୍ଦ ଆସିନଥିଲା । ଯୁବତୀଜଣଙ୍କ ଆହୁରି କହିଥିଲେ ଯେ, ଥରେ ଜଣେ କିଶୋରୀ ବଜାରେର ହସି ଦେଇଥିଲେ । ଏହି କାରଣରୁ ତାଲିବାନ ସଦସ୍ୟ କିଶୋରୀଙ୍କୁ ମାଡ ମାରିଥିଲେ । ତାଙ୍କୁ ଘରେ ବନ୍ଦୀ ଭାବେ ରଖାଯାଇଥିଲା । ସୂଚନାଯୋଗ୍ୟ, ଆଜକୁ ଠିକ ବର୍ଷେ ତଳେ ତାଲିବାନ ଆଫଗାନିସ୍ତାନକୁ କବଜା କରିନେଇଥିଲା ।