ଏନକାଉଣ୍ଟରରେ ୩ ଆତଙ୍କୀ ସଫା

ଜାମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁସାରେ ଆତଙ୍କୀଙ୍କ ଉଦ୍ଧାର ହୋଇଛି….

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରର ବଡଗାମର ବାଟଲହେଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର କମାଣ୍ଡର ଲତୀକ ସହ ୩ ଆତଙ୍କୀ ସେନା ଗୁଳିରେ ଟଳିଛନ୍ତି । ଜାମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁସାରେ ଆତଙ୍କୀଙ୍କ ଉଦ୍ଧାର ହୋଇଛି । ପୋଲିସ ଅନୁସାର ଆତଙ୍କୀଠାରୁ ବହୁ ଆପତ୍ତିଜନକ ସାମଗ୍ରୀ, ହତିଆର ଏବଂ ଗୋଳାବୁରଦ ଜବତ କରାଯାଇଛି । ଲସ୍କର-ଏ-ତୋଏବାର ଏହି ୩ ଆତଙ୍କବାଦୀଙ୍କୁ ମାରିବା ଏକ ବଡ଼ ସଫଳତା ବୋଲି ପୋଲିସ କହିଛି ।