ମୁମ୍ବାଇ: କେଏଲ ରାହୁଲ ଟି-୨୦ର ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଭିତରୁ ଜଣେ । ସେ ଆହତ ଯୋଗୁଁ ସମସ୍ୟାରେ ଥିଲେ । ଏହି କାରଣରୁ ତାଙ୍କୁ ସର୍ଜରୀ ମଧ୍ୟ କରିବାକୁ ପଡିଥିଲା । ତାଙ୍କର ୱେଷ୍ଟଇଣ୍ଡିଜ ସିରିଜରେ ଖେଳିବାର ସମ୍ଭାବନା ଥିଲା, କିନ୍ତୁ କରୋନା ହେବା କାରଣରୁ ସେ ଖେଳି ପାରିନଥିଲେ । ଏବେ ଏସିଆ କପ ପାଇଁ ତାଙ୍କୁ ପୁଣିଥରେ ଟିମ ଇଣ୍ଡିଆରେ ସ୍ଥାନ ଦିଆଯାଇଛି । ରିପୋର୍ଟ ଅନୁସାରେ, କେଏଲ ରାହୁଲଙ୍କୁ ଯଦିଓ ଏସଆ କପ ପାଇଁ ଚୟନ କରାଯାଇଛି ।
କିନ୍ତୁ ତାଙ୍କୁ ଫିଟନେସ ଟେଷ୍ଟ ଦେଇ ଯିବାକୁ ହେବ । ବୋର୍ଡର ପକ୍ଷରୁ କୁହାଯାଇଛି ଯେ, ରାହୁଲ ସମ୍ପୂର୍ଣ୍ଣ ଭାବରେ ଫିଟ ଅଛନ୍ତି । ଏହି କାରଣରୁ ତାଙ୍କୁ ଟିମ୍ରେ ଚୟନ କରାଯାଇଛି । ପ୍ରୋଟୋକଲ ଅନୁସାରେ ବେଙ୍ଗାଲୁର ସ୍ଥିତ ଏନସିଏରେ ଫିଟନେସ୍ ଟେଷ୍ଟ ହେବ । ଯଦି ଏହି ଟେଷ୍ଟରେ ଫେଲ ହୁଅନ୍ତି, ତେବେ ସାମିଲ କରାଯାଇଥିବା ଶ୍ରେୟସ ଆୟର ୟୁଏଇ ଯିବେ ।