ବାପା ହେଲେ ଅଭିନେତା ଧୀରଜ

ପ୍ରଶଂସକ ତଥା ସେଲିବ୍ରେଟମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି….

ମୁମ୍ବାଇ : ଟେଲି ଅଭିନେତା ଧୀରଜ ଧୋପରଙ୍କ ପତ୍ନୀ ଭିନି ଆରୋରା ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।ଏନେଇ ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଧୀରଜ ଏବଂ ଭିନି ପୋଷ୍ଟରେ ପିଲାମାନଙ୍କର ଥିମ୍‌ ରହିଥିବା ବେଳେ ଲେଖା ହୋଇଛି ଆମେ ବହୁତ ଖୁସି, ଆମ ଘରକୁ କୁନି ପୁଅ ଆସିଛି । ପ୍ରଶଂସକ ତଥା ସେଲିବ୍ରେଟମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଧୀରଜ ଏବଂ ଭିନି ୨୦୦୯ରେ ଡେଟ କରିବା ଆରମ୍ଭ କରିଥିଲେ । ୨୦୧୬ ମସିହାରେ ଦୁହେଁ ବିବାହ କଲେ ।