ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷାର ହେବାର ସମ୍ଭାବନା ….

ସମ୍ବଲପୁର : ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷାର ହେବାର ସମ୍ଭାବନା ଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବେଶ ମାତ୍ରା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ସୂଚନା ମୁତାବକ, ଗତକାଲି ହୀରାକୁଦର ୧୦ଟି ଗେଟ୍ ଖୋଲିଥିଲା ।ହୀରାକୁଦର ଜଳସ୍ତର ୬୧୫.୧୭ ଫୁଟ ରହିଛି । ୩.୯୭ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧.୯୨ ଲକ୍ଷ ଘନଫୁଟ ପାଣି ନିଷ୍କାସିତ ହେଉଛି |