ମା ମୋବାଇଲ୍ କିଣିବା ପାଇଁ ୨୦୦୦ ଟଙ୍କା ନଦେବାରୁ କୀଟନାଶକ ଔଷଧ ଖାଇ ପୁଅର ଆତ୍ମହତ୍ୟା
ମା ମୋବାଇଲ୍ କିଣିବା ପାଇଁ ୨୦୦୦ ଟଙ୍କା ନଦେବାରୁ କୀଟନାଶକ….
କେନ୍ଦୁଝର: ମା ମୋବାଇଲ୍ କିଣିବା ପାଇଁ ୨୦୦୦ ଟଙ୍କା ନଦେବାରୁ କୀଟନାଶକ ଖାଇ ପୁଅର ର ଆତ୍ମହତ୍ୟା କରିବା ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଯୁଗଳ ନାଏକ ଙ୍କ ପୁଅ ବିଶ୍ଵାମିତ୍ର ନାଏକ (୨୦)। ସେ ଗତକାଲି ରାତିରେ ଘରକୁ ଫେରି ମାକୁ ମୋବାଇଲ୍ କିଣିବା ପାଇଁ ୨୦୦୦ ଟଙ୍କା ନଦେବାରୁ କୀଟନାଶକ ଔଷଧ ଖାଇ ଦେଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡ଼ାକ୍ତର ବିଶ୍ଵାମିତ୍ର କୁ ମୃତ ଘୋଷଣା କରିଥିଲେ ।