କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ପୁଣି ଅଧିନାୟକ ହେବେ କ୍ୟାପ୍ଟେନ କୁଲ୍
ଧୋନି ପ୍ରଥମ ସିଜନରୁ ହିଁ ଚେନ୍ନାଇ ଟିମର ଅଧିନାୟକ ପଦ ସମ୍ଭାଳୁଛନ୍ତି…..
ନୂଆଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ କ୍ୟାପଟନ କୁଲ ହେନ୍ଦ୍ର ସିଂହ ଧୋନିଙ୍କ ଫ୍ୟାନ୍ମାନଙ୍କ ପାଇଁ ଖୁସି ଖବର । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା ଧୋନି ହିଁ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ମଙ୍ଗ ଧରିବେ । ଏନେଇ ମୋହର ମାରିଛନ୍ତି ଚେନ୍ନାଇ ଟିମର ସିଇଓ । ଆସନ୍ତା ୨୦୨୩ ଆଇପିଏଲରେ ଧୋନି ହିଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ ।
ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଏକ ଚେନ୍ନାଇ ଟିମର ସିଇଓ କହିଛନ୍ତ । ଧୋନି ପ୍ରଥମ ସିଜନରୁ ହିଁ ଚେନ୍ନାଇ ଟିମର ଅଧିନାୟକ ପଦ ସମ୍ଭାଳୁଛନ୍ତି । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ ଥର ଆଇପିଏଲ ଟ୍ରଫି ଜିତିଛି ।