ଋଷୀୟ ଦୂତବାସ ବାହାରେ ବିସ୍ଫୋରଣ

ପିଲାମାନେ ଏକ ଅଫୁଟା ଗୁଳି ପାଇଥିଲେ ଯାହାକୁ ସେମାନେ ସ୍କୁଲକୁ ଖେଳିବା ପାଇଁ ଆଣିଥିଲେ……

ନୂଆଦିଲ୍ଲୀ: ଆଫଗାନ୍ତାନର ରାଜଧାନୀ କାବୁଲରେ ଋଷୀୟ ଦୂତବାସ ବାହାରେ ବିସ୍ଫୋରଣ ଘଟିଛି । ଫଳରେ ୨ ଋଷୀୟ କୂଟନୀତିଜ୍ଞଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ଶନିବାର ଦକ୍ଷିଣ ଆଫଗାନିସ୍ତାନର ହେଲମନ୍ଦ ପ୍ରାନ୍ତରେ ଗୋଟିଏ ସ୍କୁଲରେ ହୋଇଥିବା ବିସ୍ଫୋରଣରେ ୪ଜଣ ପିଲାଙ୍କର ମୃତ୍ୟୁ ଘଟିଥିଲା । ପିଲାମାନେ ଏକ ଅଫୁଟା ଗୁଳି ପାଇଥିଲେ ଯାହାକୁ ସେମାନେ ସ୍କୁଲକୁ ଖେଳିବା ପାଇଁ ଆଣିଥିଲେ । ଏହି ସମୟରେ ଗୁଳିଟି ଫାଟିଯିବାରୁ ୪ଜଣ ପିଲାଙ୍କର ମୃତ୍ୟୁ ଘଟିବା ସହ ୩ଜଣ ଗୁରୁତର ହୋଇଥିଲେ ।