ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲା ବୋଲ
କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳ ମୈଦାନ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି…..
ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲା ବୋଲ । ଦର ବୃଦ୍ଧି ପ୍ରତିବାଦରେ ବିଜେପିକୁ ଘେରିବାକୁ କଂଗ୍ରେସ କରିଛି ବଡ ଯୋଜନା । ଏଥିପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ମେହେଙ୍ଗାଇ ପର ହାଲ୍ଲା ବୋଲ ରାଲି’ର ଆୟୋଜନ କରିଛି କଂଗ୍ରେସ । ଏଥିପାଇଁ ରାମଲୀଲା ମୈଦାନରେ ଶହ ଶହ କଂଗ୍ରେସ କର୍ମୀ ଏକାଠି ହେଲେଣି । କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳ ମୈଦାନ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୁଲିସ ପକ୍ଷରୁ ଏକ ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଦରଦାମ ବୃଦ୍ଧି ରୋକିବାକୁ ମୋଦି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ସେ କେବଳ ଅନ୍ୟ ଦଳର ବିଧାୟକଙ୍କୁ କିଣିବାରେ ବ୍ୟସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି ।