କୋଲକାତା: ସିଆଇଡି ଜାଲରେ ବଡ଼ ମାଛ । ଜଣେ ମାଛ ଦୋକାନୀ ନିକଟରୁ ୧.୪ କୋଟି ଟଙ୍କା ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ । ପଶ୍ଚିମବଙ୍ଗ ଅପରାଧୀ ତଦନ୍ତକାରୀ ବିଭାଗ(ସିଆଇଡି) ଏହି ମୋଟା ଅଙ୍କର ଟଙ୍କା ଜବତ କରିଛନ୍ତି । ଅଭିଯୁକ୍ତ ହେଉଛି ମାଲଦା ଜିଲ୍ଲାର ଜୟ ପ୍ରକାଶ ଶାହ । ପୁଲିସ ତାଙ୍କୁ ଗିରଫ ମଧ୍ୟ କରିଛି । ପଶ୍ଚିମବଙ୍ଗର ସିଆଇଡି ଟିମ ଜୟ ପ୍ରକାଶଙ୍କ ଘରେ ରେଡ କରିଥିଲା । ତାଙ୍କ ଘରୁ ୧ କୋଟି ୩୯ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ତାଙ୍କ ଘରେ ବେଆଇନ ଭାବେ ବ୍ୟାପକ ପରିବାଣରା ଟଙ୍କା ଥିବା ସୂଚନା ପାଇ ସିଆଇଡି ରେଡ କରିଥିଲା । ବୃତ୍ତିରେ ଜୟ ପ୍ରକାଶ ଜଣେ ମାଛ ବ୍ୟବସାୟୀ । ଗିରଫ ପରେ ତାଙ୍କୁ ଅଧିକ ଜେରା ପାଇଁ ପୁଲିସ ନିଜ ହେପାଜତକୁ ନେଇଛି ।