ବାଣୀ କପୁରଙ୍କୁ ଫିଟନେସ ଚିନ୍ତା

ନିଜର ଫିଟନେସ ତାଲିକାରେ ସେ ଯୋଗକୁ ଅଧିକ ଗୁରୁତ୍ୱ ଦେଉଛନ୍ତି…..

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ନିଜର ଫିଟନେସକୁ ନେଇ ବେଶ ସଚେତନତ । ପୁଣି ଏବେ ତାଙ୍କୁ ଏ ନେଇ ଆହୁରି ସଚେତନ ହେବାକୁ ପଡ଼ିଛି । କାରଣ ଖୁବଶୀଘ୍ର ଦର୍ଶକ ତାଙ୍କୁ ଆକ୍ସନ ଅବତାରରେ ପରଦା ଉପରେ ଦେଖିବାକୁ ପାଇବେ । ତେଣୁ ଏ ନେଇ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିଜର ଫିଟନେସ ତାଲିକାରେ ସେ ଯୋଗକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଏ ନେଇ ବାଣୀ କହନ୍ତି ଆକ୍ସନଭିତ୍ତିକ ରୋଲକୁ ନେଇ ଆଣି ଥୋଇବା ଏତେ ସହଜ ନୁହେଁ । ଯେତେବେଳେ ଏଭଳି ଅଫର ମିଳିଲା, ସେତେବେଳେ ଭାବି ଚିନ୍ତି ନିଷ୍ପତ୍ତି ନେଇଛି । ଏବେ ଜଣେ ଆକ୍ସନ ଡାଇରେକ୍ଟରଙ୍କ ଅଧୀନରେ ପ୍ରାକ୍ଟିସ୍‌ କରୁଛି । କାରଣ ଏହି ଫିଲ୍ମରେ ମୋତେ କେତୋଟି ଷ୍ଟଣ୍ଟ ଶଟ ଦେବାକୁ ପଡ଼ିବ । ତେଣୁ ଏ ନେଇ ଅଭ୍ୟାସ ଜାରି ରଖିଛି ।