ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶସ୍ଥିତ ବାରଣାସୀରେ ଜ୍ଞାନବ୍ୟାପୀ ପରିସରସ୍ଥିତ ମା’ ଶୃଙ୍ଗାରୀ ଗୌରୀରେ ନିୟମିତ ଦର୍ଶନ ଓ ପୂଜନକୁ ନେଇ ଦାୟର ହୋଇଥିବା ମାମଲାକୁ ବାରଣାସୀ କୋର୍ଟ ଶୁଣାଣୀ ଯୋଗ୍ୟ ଦର୍ଶାଇଛନ୍ତି । ବାରଣାସୀର ଜିଲ୍ଲା କୋର୍ଟ ହିନ୍ଦୁ ସପକ୍ଷରେ ଫଇସଲା ଶୁଣାଇଛନ୍ତି । ଅନ୍ୟପଟେ ମୁସଲିମ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ସେଥିପାଇଁ ମୁସଲିମ ପକ୍ଷ ହାଇକୋର୍ଟ ଯିବ । ଉକ୍ତ ମାମଲାର ଆଗାମୀ ଶୁଣାଣୀ ସେପ୍ଟେମ୍ବର ୨୨ରେ ହେବ । ସୂଚନାଯୋଗ୍ୟ, ଜିଲ୍ଲା ଜଜ୍ ଅଜୟ କୃଷ୍ଣା ବିଶ୍ୱେଷ ଫଇସଲା ଶୁଣାଇବା ସମୟରେ ହିନ୍ଦୁ ପକ୍ଷ ଓକିଲ ହରିଶଙ୍କର ଜୈନ ଓ ବିଷ୍ଣୁ ଜୈନ ଉପସ୍ଥିତ ଥିଲେ ।