ନକଲି ଔଷଧ ମାମଲା : କାହାରିକୁ ଛଡ଼ାଯିବ ନାହିଁ

ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ……

ଭୁବନେଶ୍ୱର : ନକଲି ଔଷଧ ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । କାହାରିକୁ ଛଡ଼ାଯିବ ନାହିଁ । ଯଦି କେହି ଭୁଲ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନତଳେ କଟକ ଭୁବନେଶ୍ୱରର ବିଭିନ୍ନ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ବହୁ ନକଲି ଔଷଧ ମିଳିଥିଲା । ଏହି ମାମଲାରେ କଟକର ଦୁଇ ମେଡିସିନ ହୋଲସେଲରଙ୍କୁ ଗିରଫ କରାଯାଇଛି ।