ଅକ୍ଟୋବର ୧୧ରୁ ମହିଳା ଫୁଟବଲ ବିଶ୍ୱକପ ଆରମ୍ଭ

୧୬ଟି ଦେଶ ଏହି ବିଶ୍ୱକପରେ ଭାଗ ନେଇଛନ୍ତି…..

ନୂଆଦିଲ୍ଲୀ : ୧୭ ବର୍ଷରୁ କମ ମହିଳା ଫୁଟବଲ୍‌ ବିଶ୍ୱକପ ପ୍ରତିଯୋଗିତା ଅକ୍ଟୋବର ୧୧ରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ୱରରେ ଏହାର ମ୍ୟାଚ ଖେଳାଯିବ । ଭାରତର ୩ଟି ଯାକ ମ୍ୟାଚ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ ହେବା ନେଇ ସ୍ଥିର ହୋଇଛି । ପୂର୍ବରୁ ୨୦୧୭ରେ ଫିଫା ପୁରୁଷ ଫୁଟବଲ ବିଶ୍ୱକପ ଭାରତ ଆୟୋଜନ କରିଥିବା ବେଳେ ଦ୍ୱିତୀୟ ଥର ପାଇଁ ଫୁଟବଲ ବିଶ୍ୱକପ ଆୟୋଜନ ଦ୍ୱାୟିତ୍ୱ ନେଇଛି ଭାରତ । କଳିଙ୍ଗ ଷ୍ଟାଡିୟମ ବ୍ୟତୀତ ମୁମ୍ୱାଇର ଡିୱାଇ ପାଟିଲ ଷ୍ଟାଡିୟମ ଏବଂ ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏହାର ମ୍ୟାଚ ଖେଳାଯିବ । ୧୬ଟି ଦେଶ ଏହି ବିଶ୍ୱକପରେ ଭାଗ ନେଇଛନ୍ତି ।