ଏସସିଓ ସମ୍ମିଳନୀରେ ସାମିଲ ହେବେ ପ୍ରଧାମନ୍ତ୍ରୀ ମୋଦୀ
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ…..
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ସମରକନ୍ଦ ଗସ୍ତ କରିଛନ୍ତି । ସେଠାରେ ମୋଦୀ ଏସସିଓ ସମ୍ମିଳନୀରେ ଭାଗ ନେବେ । ମହାମାରୀ ସମୟରେ ପ୍ରଥମଥର ପାଇଁ ସମସ୍ତ ସ୍ଥାୟୀ ସଦସ୍ୟ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହେବେ । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ସାମିଲ ହେଉଥିବାରୁ ଏହି ସମିଟ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
ମୋଦୀଙ୍କ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ବିଶେଷ ସୂଚନା ପ୍ରଦାନ କରାଯାଇଛି । ବୈଦେଶିକ ସଚିବ ବିନୟ ମୋହନ କହିଛନ୍ତି ଯେ, ଏହି ସମ୍ମିଳନୀରେ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହିତ ଆତଙ୍କବାଦକୁ ମୁକାବିଲା କରିବାର ଉପାୟ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।