ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି
ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ସୂଚନା ଦିଆଯାଇଛି……
ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ରାଷ୍ଟ୍ରପତି ୟୁକ୍ରେନଙ୍କୁ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । କିଭରେ ଏକ ଯାତ୍ରୀବାହୀ କାର୍ ରାଷ୍ଟ୍ରପତିଙ୍କୁ କାରକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜେଲେନସ୍କି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ସୂଚନା ଦିଆଯାଇଛି । ଜେଲେନସ୍କିଙ୍କ ମୁଖପାତ୍ର ଏକ ପୋଷ୍ଟ ଜରିଆରେ କହିଛନ୍ତି ଯେ, ଜେଲେନସ୍କି ଖାରକିଭର ଇଜିୟମ ସହରରୁ କିଭ୍ ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ତାଙ୍କର ମୋଟରକେଡ୍ ସହ ଅନ୍ୟ ଏକ ଗାଡି ଧକ୍କା ହୋଇଛି । ଦୁର୍ଘଟଣା ପରେ ଡାକ୍ତର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ତେବେ ସେ ଗୁରୁତର ନଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ କିଭ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ମାସ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ।