ନୂଆଦିଲ୍ଲୀ : ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ମହମ୍ମଦ ସାମି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ସେ ଟିମ ସହ ମୋହଲି ଯାତ୍ରା ନକରି ଆଇସୋଲେସେନରେ ରହିଛନ୍ତି । ଆସନ୍ତା ୨୦ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୨୩ ତାରିଖରେ ଦ୍ୱିତୀୟ ଓ ୨୫ ତାରିଖରେ ଅନ୍ତିମ ଟି-୨୦ ମ୍ୟାଚ ଖେଳାଯିବ ।
ସାମି କୋରୋନା ସଂକ୍ରମିତ ହୋଇଥିବାରୁ ପ୍ରଥମ ମ୍ୟାଚରୁ ବାଦ ପଡିବା ନିଶ୍ଚିତ ହୋଇଛି । ତେବେ ସେ ଜଲଦି ସୁସ୍ଥ ହେଲେ ବାକି ଦୁଇଟି ମ୍ୟାଚରେ ଦଳକୁ ଯୋଗ ଦେଇପାରିବେ ବୋଲି ଆଶା କରାଯାଉଛି । ସାମିଙ୍କ ବଦଳରେ ଦଳରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ । ସାମି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ସେ ନମୁନା ପରୀକ୍ଷା କରାଇଥିଲେ । ରିପୋର୍ଟ ପଜିଟିଭ ଆସିଥିଲା । ସାମିଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି ।