ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର : ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍ଲଟ ବୁକିଂ ଅବଧି । ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ବଢ଼ିଲା ସମୟ ସୀମା । ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ମହଲତ ମିଳିଛି । ସମୟ ସୀମା ବୃଦ୍ଧି ପାଇଁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ଗାଡ଼ିିର ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଥିଲା ଡେଡଲାଇନ୍ । ଏବେ ସମୟ ସୀମା ବଢ଼ିବା ପରେ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ । ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଡେଡଲାଇନ୍ । ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର, ୯ କିମ୍ବା ୦ ଥିଲେ ୩୧ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।