ମୁମ୍ଵାଇ : ପ୍ରଥମ ତାମିଲ ଫିଲ୍ମ ‘ନାନେ ଭରୁଭିନ୍’ ପାଇଁ ଖୁବ୍ ପ୍ରଶଂସିତ ହେଉଛନ୍ତି ସ୍ୱିଡିଶ୍ ଅଭିନେତ୍ରୀ ଏଲି ଆଭ୍ରମ୍ । ଫିଲ୍ମରେ ସେ ଧନୁଷଙ୍କ ସହ ଅଭିନୟ କରିଛନ୍ତି । ସେତିକି ନୁହେଁ, ବଲିଉଡ୍ ଫିଲ୍ମ ‘ଗୁଡ୍ବାଏ’ରେ ନିଜର ପ୍ରଦର୍ଶନ ପାଇଁ ମଧ୍ୟ ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏହି ସବୁ ପ୍ରୋଜେକ୍ଟ ଜରିଆରେ ତାଙ୍କ ବହୁମୁଖୀ ପ୍ରତିଭା ଏବେ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏ ବିଷୟରେ ସେ କହିଛନ୍ତି, ଗତ କିଛି ବର୍ଷରୁ ମୋତେ ଯେଉଁ ପ୍ରତିକ୍ରିୟା ମିଳୁଛି, ତାକୁ ନେଇ ମୁଁ ବହୁତ ଖୁସି । ଫିଲ୍ମମେକର୍ ଏବେ ବାସ୍ତବରେ ମୋ ସାମର୍ଥ୍ୟ ଦେଖୁଛନ୍ତି ଏବଂ ଅଭିନୟ-କୈନ୍ଦ୍ରିକ ଫିଲ୍ମ ମୋତେ ପ୍ରଦାନ କରୁଛନ୍ତି ।