ଗୁଜରାଟର ମୋଧେରାଠାରେ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟକ୍ରମର ଆଧାରଶିଳା ସ୍ଥାପନ ଏବଂ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଭାଷଣର ମୂଳପାଠ

ନୂଆଦିଲ୍ଲୀ: ଆଜି ମୋଧେରା ନିମନ୍ତେମେହସାନା ନିମନ୍ତେ ଏବଂ ସମଗ୍ର ଗୁଜରାଟ ଲାଗି ବିକାଶର ଏକ ନୂତନ ଆଲୋକର ସଂଚାର ହୋଇଛି । ବିଜୁଳି – ପାଣି ଠାରୁ ନେଇ ସଡ଼କ – ରେଳ ପର୍ଯ୍ୟନ୍ତଡାଏରୀ ଠାରୁ ଆରମ୍ଭ କରି କୌଶଳ ବିକାଶ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଆଜି ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ହଜାର ହଜାର କୋଟି ଟଙ୍କାରୁ ଅଧିକ ଏହିସବୁ ପ୍ରକଳ୍ପଗୁଡ଼ିକରୋଜଗାରର ନୂତନ ଅବସର ପ୍ରଦାନ କରିବ । କୃଷକ ଏବଂ ପଶୁପାଳକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ଏବଂ ଏହି ସଂପୂର୍ଣ୍ଣ କ୍ଷେତ୍ରରେ ଐତିହ୍ୟ ପର୍ଯ୍ୟଟନ ସହିତ ସଂଶ୍ଳିଷ୍ଟ ସୁବିଧାଗୁଡ଼ିକୁ ମଧ୍ୟ ବିସ୍ତାରିତ କରିବ । ଆପଣମାନଙ୍କୁ ସମସ୍ତଙ୍କୁ ଏହି ବିକାଶ ପରିଯୋଜନାଗୁଡ଼ିକ ନିମନ୍ତେ ବହୁତ ବହୁତ ବଧେଇ । ମୋର ମେହସାନାବାସୀଙ୍କୁ ରାମ- ରାମ ।

ସାଥୀଗଣ,

ଆଜି ଯେତେବେଳେ ଭଗବାନ ସୂର୍ଯ୍ୟଙ୍କ ଧାମ ମୋଧେରାରେ ମୁଁ ରହିଛିସେତେବେଳେ ଏହା ଏକ ସୁଖଦ ସଂଯୋଗର କଥା ଯେ ଆଜି ତିଥି ମଧ୍ୟ ଶରତ ପୂର୍ଣ୍ଣିମା । ଏହା ସହିତଆଜି ମହର୍ଷି ବାଲ୍ମିକୀ ଆମକୁ ଭଗବାନ ରାମଙ୍କ ସମରସ ଜୀବନର ଦର୍ଶନ କରାଇଥିଲେସମାନତାର ସଂଦେଶ ପ୍ରଦାନ କରିଥିଲେ । ଆପଣମାନଙ୍କୁ ସମସ୍ତଙ୍କୁସମଗ୍ର ଦେଶବାସୀଙ୍କୁ ଏହି ଶରତ ପୂର୍ଣ୍ଣିମା ଏବଂ ବାଲ୍ମିକୀ ଜୟନ୍ତୀ ଅବସରରେ ବହୁତ ବହୁତ ଶୁଭକାମନା!

ଭାଇ ଓ ଭଉଣୀଗଣ,

ବିଗତ କିଛିଦିନରୁ ଆପଣମାନେ ଲଗାତାର ଟେଲିଭିଜନରେ ଦେଖି ଆସୁଥିବେଖବରକାଗଜରେ ପଢ଼ୁଥିବେସାମାଜିକ ଗଣମାଧ୍ୟମରେ ସୂର୍ଯ୍ୟଗ୍ରାମକୁ ନେଇମୋଧେରାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ କହୁଛି ଯେ କେବେ ଚିନ୍ତା ସୁଦ୍ଧା କରିନଥିଲୁ କି ସ୍ୱପ୍ନ ଆମରି ଆଖି ଆଗରେ ସାକାର ହୋଇପାରିବଆଜି ସେହି ସ୍ୱପ୍ନ ସିଦ୍ଧ ହେବାର ଆମେ ନିଜ ଆଖି ଆଗରେ ଦେଖୁଛୁ । କିଏ କହିଛି ଯେ ଆମର ଚିର- ପୁରାତନ ଆସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିଧରିନିଆଯାଉ ଏକ ପ୍ରକାର ଉଭୟଙ୍କ ମଧ୍ୟରେ ଅପୂର୍ବ ସଂଗମ ଦେଖିବାକୁ ମିଳୁଛି । କିଏ ଏହାକୁ ଭବିଷ୍ୟତରେ ସ୍ମାର୍ଟ ଗୁଜରାଟସ୍ମାର୍ଟ ଭାରତର ଝଲକ ବୋଲି କହୁଛନ୍ତି । ଏହା ଆଜି ଆମ ସମସ୍ତଙ୍କ ପାଇଁସମଗ୍ର ମେହସାନାସମଗ୍ର ଗୁଜରାଟ ନିମନ୍ତେ ଗୌରବର ମୁହୂର୍ତ୍ତ ଆଣି ଆସିଛି । ମୁଁ ଥରେ ମୋଧେରାବାଲାଙ୍କୁ ପଚାରିବାକୁ ଚାହିଁବି ନା ଚାଣସ୍ମାବାଲାଙ୍କୁ ପଚାରିବିମେହସାନାବାଲାଙ୍କୁ ପଚାରିବିଆପଣମାନେ ମୋତେ କହନ୍ତୁ ଯେ ଏହା ଫଳରେ ଆପଣମାନଙ୍କ ମୁଣ୍ଡ ଉପରକୁ ହୋଇଛି ନା ନାହିଁଗର୍ବରେ ମଥା ଉନ୍ନତ ହୋଇଛି ନା ନାହିଁଆପଣମାନଙ୍କ ନିଜ ଜୀବନରେ ଆପଣମାନଙ୍କ ସାମ୍ନାରେ କିଛି ଘଟିବାର ଆନନ୍ଦ ଆସୁଛି ନା ନାହିଁପୂର୍ବରୁ ବିଶ୍ୱ ମୋଧେରାକୁ ସୂର୍ଯ୍ୟ ମନ୍ଦରି କାରଣରୁ ଜାଣିଥିଲାଚିହ୍ନିଥିଲାକିନ୍ତୁ ଏବେ ମୋଧେରାର ସୂର୍ଯ୍ୟ ମନ୍ଦିରଠାରୁ ପ୍ରେରଣା ନେଇ ମୋଧେରା ସୂର୍ଯ୍ୟଗ୍ରାମରେ ମଧ୍ୟ ପରିଣତ ହୋଇପାରିବଏହି ଦୁଇଟିଯାକ ଏକା ସାଙ୍ଗରେ ପରିଚିତ ହେବେ ଏବଂ ମୋଧେରା ପର୍ଯ୍ୟାବରଣବାଦୀମାନଙ୍କ ନିମନ୍ତେ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନ ଅବଶ୍ୟ ଅଧିକାର କରିବ ବନ୍ଧୁଗଣ ।

ସାଥୀଗଣ,

୍‌ଗୁଜରାଟର ଏହା ହିଁ ତ ସାମର୍ଥ୍ୟ ଯାହା ଆଜି ମୋଧେରାରେ ଦୃଶ୍ୟ ହେଉଛି । ତାହା ଗୁଜରାଟର ପ୍ରତି କୋଣ ଅନୁକୋଣରେ ମହଜୁଦ ରହିଛି । କିଏ ଏକଥାକୁ ଅବା ଭୁଲି ପାରିବ ଯେ ମୋଧେରାର ସୂର୍ଯ୍ୟ ମନ୍ତିରକୁ ଧ୍ୱଂସ କରିବା ନିମନ୍ତେ ଏହାକୁ ମାଟିରେ ମିଶାଇ ଦେବା ନିମନ୍ତେ ଆକ୍ରାନ୍ତାମାନଙ୍କ କି କି ପ୍ରୟାସ କରି ନଥିଲେଏହି ମୋଧେରା ଯାହା ଉପରେ ଅସଂଖ୍ୟ ଅତ୍ୟାଚାର ଘଟିଥିଲା ଆଜି ଏବେ ନିଜର ପୌରାଣିକତା ସହିତ ଆଧୁନିକତା ନିମନ୍ତେ ଏହା ସମଗ୍ର ବିଶ୍ୱର ଆଲୋକବର୍ତ୍ତିକାରେ ପରିଣତ ହେବାକୁ ଯାଉଛି ।

ଭବିଷ୍ୟତରେ ଯେତେବେଳେ ବି ସୌର ଶକ୍ତିକୁ ନେଇ କୌଣସି ପ୍ରକାର ଆଲୋଚନା ହେବଯେତେବେଳେ ବି ବିଶ୍ୱରେ ସୌର ଶକ୍ତିର ପ୍ରସଙ୍ଗ ଉଠିବ ସେତେବେଳେ ମୋଧେରା ପ୍ରଥମ ନାମ ରୂପେ ଦୃଶ୍ୟ ହେବ । କାରଣ ଏଠାରେ ସବୁକିଛି ସୌର ଶକ୍ତିରୁ ଉତ୍ପାଦିତ ବିଜୁଳି ଶକ୍ତିରେ ଚାଲୁଛି । ତାହା ଘରର ବିଜୁଳି ଆଲୁଅ ହେଉକ୍ଷେତବାଡ଼ିର ଆବଶ୍ୟକତା ପୂରଣ କାମ ହୋଇଥାଏ ଏପରିକି ଗାଡ଼ି ପର୍ଯ୍ୟନ୍ତବସ୍‌ଗୁଡ଼ିକ ମଧ୍ୟ ଏଠାରେ ସୌର ଶକ୍ତିରେ ଚଲାଇବାର ପ୍ରୟାସ କରାଯିବ । ଏକବିଂଶ ଶତାବ୍ଦୀର ଆତ୍ମନିର୍ଭର ଭାରତ ନିମନ୍ତେ ଆମକୁ ଆମର ଶକ୍ତି ଆବଶ୍ୟକତା ସହିତ ଜଡ଼ିତ ଏହିଭଳି ପ୍ରୟାସଗୁଡ଼ିକୁ ବଢ଼ାଇବାକୁ ପଡ଼ିବ ।

ସାଥୀଗଣ,

ମୁଁ ଗୁଜରାଟକୁଦେଶକୁଆମର ଆଗାମୀ ପିଢ଼ି ନିମନ୍ତେଆପଣମାନଙ୍କ ସନ୍ତାନମାନଙ୍କୁ କିପରି ସୁରକ୍ଷା ମିଳିପାରିବ ସେଥି ନିମନ୍ତେ ଦିନ ରାତି ପରିଶ୍ରମ କରି ଦେଶକୁ ଏହି ଦିଗରେ ପରିଚାଳିତ କରିବା ସକାଶେ ନିରନ୍ତର ପ୍ରୟାସ କରୁଛି । ଏବଂ ସେ ଦିନ ଆଉ ଦୂର ନାହିଁ ଯେପରି ମୋଧେରାମୁଁ ଏବେ ଏବେ ଟେଲିଭିଜନ ପର୍ଦ୍ଦାରେ ଦେଖିଲିସବୁ ଭାଇମାନେ କହୁଥିଲେ ଯେ ଏବେ ଆମର ଘର ଉପରେ ହିଁ ବିଜୁଳି ଶକ୍ତି ଉତ୍ପାଦନ ହେଉଛି ଏବଂ ସରକାରଙ୍କ ଠାରୁ ଆମମାନଙ୍କୁ ପଇସା ମଧ୍ୟ ମିଳୁଛି । କେବଳ ବିଜୁଳି ମାଗଣାରେ ନୁହେଁବିଜୁଳିର ପଇସା ମଧ୍ୟ ମିଳୁଛି । ଏଠାରେ ବିଜୁଳିଶକ୍ତି ଉତ୍ପାଦନ କରୁଥିବା କାରଖାନାର ମାଲିକ ମଧ୍ୟ ସେହି ଘରବାଲାକାରଖାନାର ମାଲିକ ମଧ୍ୟ ସେଇ କ୍ଷେତବାଲା ଏବଂ ଉପଯୋଗ କରିବା ଗ୍ରାହକ ମଧ୍ୟ ସେଇ । ନିଜ ଆବଶ୍ୟକ ମୁତାବକ ବିଜୁଳି ଉପଯୋଗ କର ଏବଂ ଅତିରିକ୍ତ ବିଜୁଳିକୁ ସରକାରଙ୍କୁ ବିକି ଦିଅ । ଏବଂ ଏହା ଫଳରେ ବିଜୁଳିର ବିଲ୍‌ରୁ ଆପଣମାନଙ୍କୁ ମୁକ୍ତି ମିଳିବକେବଳ ସେତିକି ନୁହେଁଏବେ ଆମେ ବିଜୁଳି ଶକ୍ତି ବିକି କିଛି ଉପାର୍ଜନ ସୁଦ୍ଧା କରିପାରିବା ।

ଆପଣମାନେ ନିଜେ କୁହନ୍ତୁଦୁଇ ହାତରେ ଲଡ଼ୁ ମିଳିଲା ନା ନାହିଁଏବଂ ସମାଜରେ ପ୍ରଜାମାନଙ୍କ ଉପରେ କୌଣସି ପ୍ରକାର ବୋଝ ମଧ୍ୟ ରହିବନାହିଁ । ବିନା ବୋଝ ଲୋକମାନଙ୍କର ଉପକାର ହେଉଛି ନା ନାହିଁସେଥିପାଇଁ ଆମକୁ ପରିଶ୍ରମ କରିବାକୁ ପଡ଼ିବକିନ୍ତୁ ପରିଶ୍ରମ କରିବା ସକାଶେ ତ ଆମେମାନେ ଜନ୍ମ ନେଇଛୁ । ଆଉ ଆପଣମାନେ ଯେଉଁ ସଂସ୍କାର ଦେଇଛନ୍ତିଆପଣମାନେ ମୋ ଉପରେ ଯେଉଁ ଆଶୀର୍ବାଦର ଜଳ ସିଞ୍ଚନ କରିଛନ୍ତି ଏବଂ ଆମର ଯେଉଁ ମେହସାନା ଜିଲ୍ଲାପୂର୍ବରୁ ସେଠାରେ କେତେ କେତେ ସମସ୍ୟା ଥିଲା ଏବଂ ସେଥିରେ ଏବେ ଯେଉଁମାନେ ସିଞ୍ଚନର ସୁଯୋଗ ପାଇଛନ୍ତିସେମାନେ ପରିଶ୍ରମ କରିବା ସକାଶେ କେବେ ପଛକୁ ହଟିନାହାନ୍ତିକଦାପି ପଛକୁ ହଟିନାହାନ୍ତି ।

ସାଥୀଗଣ,

ଏପର୍ଯ୍ୟନ୍ତ ଏମିତି ହୋଇ ଆସୁଥିଲା ଯେ ସରକାର ବିଜୁଳି ଶକ୍ତି ଉତ୍ପାଦନ କରୁଥିଲେ ଏବଂ ଜନସାଧାରଣ ସେହି ବିଜୁଳି କିଣୁଥିଳେ । କିନ୍ତୁ ମୁଁ ଏହି ମାର୍ଗରେ ଚାଲିବା ନିମନ୍ତେ ପ୍ରତିବଦ୍ଧଦେଶକୁ ମଧ୍ୟ ସେହି ମାର୍ଗରେ ଯୋଡ଼ିବା ସକାଶେ ପ୍ରୟାସ କରୁଛିମୋତେ ଆଗକୁ ପଡ଼ିଥିବା ମାର୍ଗ ସ୍ପଷ୍ଟ ଦୃଶ୍ୟ ହେଉଛି । ଏବଂ ସେଇଥିପାଇଁ କେନ୍ଦ୍ର ସରକାର ଲଗାତାର ଭାବେ ଏହି ପ୍ରୟାସ କରୁଛନ୍ତି ଯେ ଏବେ ଲୋକମାନେ ନିଜ ନିଜ ଘରେ ସୌର ପାନେଲ୍ ଲଗାନ୍ତୁକୃଷକମାନେ ନିଜର କ୍ଷେତରୁ ବିଜୁଳିଶକ୍ତି ଉତ୍ପାଦନ କରନ୍ତୁସୌର ପମ୍ପ୍‌ର ଉପଯୋଗ କରନ୍ତୁ । ଏବଂ ଆପଣମାନେ ଏବେ ମୋତେ କହନ୍ତୁ ଯେ ପ୍ରଥମେ ଆମକୁ ହର୍ସ ପାୱାର ଲାଗି ଆନ୍ଦୋଳନ କରିବାକୁ ପଡ଼ୁଥିଲା । ଏବେ ତ ଆପଣମାନଙ୍କ କ୍ଷେତ ପାଖରେ ଯେଉଁ ତାର ବନ୍ଧାଯାଇ ଯେଉଁ ୨- ୨ ମିଟର ଭୂମି ବରବାଦ ହେଉଛିତାହା ବଦଳରେ ସୌର ପାନେଲ ଲଗାଇ ଦିଆଗଲେ ସେହି ସୌର ପାନେଲରୁ ଉତ୍ପାଦିତ ଶକ୍ତିରେ ଆପଣମାନଙ୍କ ପମ୍ପ୍ ବି ଚାଲିପାରିବକ୍ଷେତକୁ ପାଣି ମିଳିପାରିବ ଏବଂ ଉଦ୍‌ବୃତ୍ତ ବିଜୁଳି ଶକ୍ତିକୁ ସରକାର ଆପଣମାନଙ୍କ ଠାରୁ କିଣିନେବେ । ଆପଣମାନେ ଏବେ କହନ୍ତୁଆମେ ସଂପୂର୍ଣ୍ଣ ଚକ୍ର ବଦଳାଇ ଦେଇଛନ୍ତୁ ନା ନାହିଁ ଏବଂ ସେଥିପାଇଁ ସରକାର ସୌର ଶକ୍ତି ଉତ୍ପାଦନକୁ ବୃଦ୍ଧି ଦେବା ନିମନ୍ତେ ଆର୍ଥିକ ସହାୟତା ଦେଉଛନ୍ତିଲକ୍ଷ ଲକ୍ଷ ସୌର ପମ୍ପ୍ ବିତରଣ କରୁଛନ୍ତି ।

କ୍ଷେତକୁ ପାଣି ମଡ଼ାଇବା ସକାଶେପାଣି ଉଠାଇବା ନିମନ୍ତେଏହାର ଉପଯୋଗରେ ଆସୁଥିବା କାର୍ଯ୍ୟ କରିବାକୁ ପଡ଼ିବ । ଏଠାରେ ଏବେ ମୋତେ ବହୁସଂଖ୍ୟକ ଯୁବକ ଦୃଶ୍ୟ ହେଉଛନ୍ତିକିନ୍ତୁ ଯେଉଁମାନେ ୨୦ – ୨୨ ବର୍ଷର ହୋଇଛନ୍ତିସେମାନଙ୍କୁ ଅଧିକତର ଜ୍ଞାନ ନଥାଇପାରେ । ଆପଣମାନଙ୍କ ମେହସାନା ଜିଲ୍ଲାର ସ୍ଥିତି ପୂର୍ବରୁ କିପରି ଥିଲା ଭାଇମାନେବିଜୁଳି ମିଳୁ ନଥିଲାବିଜୁଳି କେତେବେଳେ ଯାଏକେତେବେଳେ ଆସିବ ଏହାର କିଛି ଖବର ନଥିଲା । ଏବଂ ଜଳ ସଂଗ୍ରହ ନିମନ୍ତେ ତ ଆମର ଭଉଣୀ- କନ୍ୟାମାନଙ୍କୁ ୩- ୩ କିଲୋମିଟର ପର୍ଯ୍ୟନ୍ତ ମୁଣ୍ଡ ଉପରେ ମାଠିଆ ମୁଣ୍ଡେଇ ଯିବାକୁ ପଡ଼ୁଥିଲା । ଏଭଳି ଦିନ ଥିଲା ମୋର ଗୁଜରାଟର ମାଆ ଭଉଣୀମାନଙ୍କ ପାଇଁଉତ୍ତର ଗୁଜରାଟର ମୋର ଯୁବକମାନେ ଏଭଳି ଅବସ୍ଥା ଦେଖିଛନ୍ତି ମୋର ବନ୍ଧୁଗଣଆଜି ଯେଉଁ ୨୦- ୨୨ ବର୍ଷର ପୁତ୍ର- କନ୍ୟାମାନେ ଅଛନ୍ତିସେମାନଙ୍କୁ ଏଭଳି ଅବସ୍ଥା ସଂପର୍କରେ ହୁଏତ ଖବର ନଥିବ । ଏଠାରେ ସ୍କୁଲ କଲେଜକୁ ପଢ଼ିବାକୁ ଯାଉଥିବା ଯେଉଁ ଯୁବଗୋଷ୍ଠୀ ଅଛନ୍ତିସେମାନଙ୍କୁ ତ ଏସବୁ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଦିନେ ଏଭଳି ସ୍ଥିତି ଥିଲା ।

 

 

ସାଥୀଗଣ,

ଆମେ କେଉଁ ପରିସ୍ଥିତିରେ ଜିତିଥିଲୁ ସେସବୁ କଥା ତ ଆପଣମାନେ ଯେତେବେଳେ ନିଜ ପୁରୁଖା ଲୋକମାନଙ୍କ ସହିତ କଥାବାର୍ତ୍ତା ହେବେ ସେମାନେ ଆପଣମାନଙ୍କୁ ସେକଥା କହିବେ । ଆମକୁ ସେତେବେଳେ ଅନେକ ସମସ୍ୟା ଭିତର ଦେଇ ଚାଲିବାକୁ ପଡ଼ିଥିଲା ଏବଂ ବିଜୁଳିର ଅଭାବ ପିଲାମାନଙ୍କ ପାଇଁ ସବୁଠାରୁ ମୁସ୍କିଲ୍ ଥିଲା । ପାଠ ପଢ଼ିବା କଥା ହେଉ କିମ୍ବା ଔଷଧର କଥା ହେଉସମସ୍ତଙ୍କ ଉପରେ ସମସ୍ୟାର ପାହାଡ ଲଦା ହୋଇଥିଲା । ଏବଂ ଏହାର ସବୁଠାରୁ ବଡ଼ ପ୍ରଭାବ ଆମର କନ୍ୟାମାନଙ୍କ ଶିକ୍ଷା ଉପରେ ହିଁ ପଡ଼ିଥିଲା । ଆମର ମେହସାନା ଜିଲ୍ଲାର ଲୋକମାନଙ୍କ ସ୍ୱଭାବ ପ୍ରାକୃତିକ ଗଣିତ ଏବଂ ବିଜ୍ଞାନ ଠାରୁ ଆଗୁଆ । ଆପଣମାନେ ଯଦି ଆମେରିକା ଯିବେ ତେବେ ଉତ୍ତର ଗୁଜରାଟର ଚମତ୍କାର ସେଠାରେ ଗଣିତ ବିଜ୍ଞାନ କ୍ଷେତ୍ରରେ ଦେଖିବାକୁ ପାଇବେ ।  ସମଗ୍ର କଚ୍ଛ କ୍ଷେତ୍ରକୁ ଆପଣମାନେ ଯଦି ଯିବେ ସେଠାରେ ମେହସାନା ଜିଲ୍ଲାର ଶିକ୍ଷକମାନଙ୍କୁ ହିଁ ଦେଖିବେ । କାରଣ ନିଜ ପାଖରେ ପ୍ରକୃତିର ଏହି ସଂପଦର ସାମର୍ଥ ରହିଛିକିନ୍ତୁ ସଂଯୋଗ ଏଭଳି ଥିଲା ଯେ ବିଜୁଳିପାଣିର ଅଭାବରୁ ଜୀବନ ବଞ୍ଚୁଥିବା କାରଣରୁ ଯେଉଁ ଶୀର୍ଷରେ ଯେଉଁ ପିଢ଼ି ପହଞ୍ôଚବାର ଅବସର ପ୍ରାପ୍ତ ହେବା କଥା ସେମାନଙ୍କୁ ତାହା ମିଳିପାରି ନଥିଲା ।

ଆଜିର ପିଢ଼ିକୁ ମୁଁ ତ କହିବାକୁ ଚାହିଁବି ଯେ ଆପଣମାନେ ନିଜ ଭିତରେ ସାହସ ସୃଷ୍ଟି କରନ୍ତୁ ଯେ କେମିତି ଆପଣମାନଙ୍କୁ ଆକାଶକୁ ଛୁଇଁବାର ସାମର୍ଥ୍ୟ ହାସଲ କରାଯାଇପାରିବବନ୍ଧୁଗଣକେବଳ ଏତିକି ନୁହେଁ ସାଥୀଗଣଏଠାରେ ଆମମାନଙ୍କ ଆଇନ ବ୍ୟବସ୍ଥା ପୂର୍ବରୁ କିଭଳି ଥିଲାଘରୁ ବାହାରିବା ମାତ୍ରେଏଠାରୁ ଅହମ୍ମଦାବାଦ ଯିବାକୁ ହେଲେଫୋନ୍ କରି ପଚାରିବାକୁ ପଡ଼ୁଥିଲା ଯେ ଅହମ୍ମଦାବାଦରେ ଶାନ୍ତି ରହିଛି ନା ନାହିଁଆମେ ସେଠାକୁ କିଛି ଦ୍ରବ୍ୟ କିଣାକିଣି କରିପାରିବୁ କି ନାହିଁ । ଆମ ଝିଅର ବାହାଘର । ଏପରି ବି ଦିନ ଥିଲାଥିଲା ନା ନାହିଁଏମିତି ଅବସ୍ଥା ଦେଖିବାକୁ ପଡ଼ୁଥିଲା ନା ନାହିଁସେତେବେଳେ ଏମିତି ହାଲ୍ଲାଗୋଳ ହେଉଥିଲା ନା ନାହିଁଦେଶର ଅବସ୍ଥା ତ ଏମିତି ଥିଲା ଯେ ଶିଶୁଟିଏ ଜନ୍ମ ହେବାପରେ ଯେତେବେଳେ ସେ କଥା କହିବା ଆରମ୍ଭ କରୁଥିଲା ତ ତାଙ୍କର ଦାଦା- ମାମୁଁଙ୍କ ନାମ ଆସୁନଥିଲା କିନ୍ତୁ ପୁଲିସବାଲାଙ୍କ ନାମ ଅବଶ୍ୟ ଆସୁଥିଲା । କାରଣ ସେମାନେ ଘର ବାହାରେ ଠିଆହୋଇ ରହୁଥିଲେ । ଶିଶୁମାନେ କର୍ଫ୍ୟୁ ଶବ୍ଦକୁ ପିଲାଟି ଦିନରୁ ହିଁ ଶୁଣିବାକୁ ପାଉଥିଲେ । ଆଜି ୨୦- ୨୨ ବର୍ଷର ଯୁବକମାନେ କର୍ଫ୍ୟୁ ଶବ୍ଦ କାନରେ ଶୁଣିନାହାନ୍ତି । ଏଭଳି ଆଇନ ବ୍ୟବସ୍ଥାର କାର୍ଯ୍ୟ ଆମେ ଗୁଜରାଟରେ କରି ଦେଖାଇଛୁ । ବିକାଶ ବିରୋଧୀ ବାତାବରଣକୁ ଦୂର କରିବା ନିମନ୍ତେ ଆପଣମାନେ ବିଗତ ଦୁଇ ଦଶନ୍ଧି ଧରି ଆମ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ରଖିଛନ୍ତିସେହି କାରଣରୁଆଜି ଦେଶଭାରତର ପ୍ରମୁଖ ରାଜ୍ୟମାନଙ୍କ ଭିତରେ ଗୁଜରାଟର ଜୟ ଜୟକାର ହେଉଛି ଏବଂ ସେଥିପାଇଁ ମୁଁ ଗୁଜରାଟର କୋଟି କୋଟି ଗୁଜରାଟୀଙ୍କୁସେମାନଙ୍କର ପ୍ରତିବଦ୍ଧତାକୁନତମସ୍ତକ ହୋଇ ବନ୍ଦନା କରୁଛି ।

ଭାଇମାନେ,

ଏହା ଆପଣମାନଙ୍କ ପୁରୁଷାର୍ଥର କାରଣସରକାର ଏବଂ ଜନତା ଜନାର୍ଦ୍ଦନ ଉଭୟେ ମିଶି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଏସବୁଆପଣମାନଙ୍କ ପୂର୍ଣ୍ଣ ବିଶ୍ୱାସ କାରଣରୁ ହିଁ ସମ୍ଭବପର ହୋଇପାରିଛି ।  ଆପଣମାନେ କେତେବେଳେ ମୋର ଜାତି କ’ଣ ତାହା ଦେଖିନାହାନ୍ତିକେତେବେଳେ ଆପଣମାନେ ମୋର ରାଜନୈତିକ ଜୀବନକୁ ଦେଖିନାହାନ୍ତିଆପଣମାନେ ଆଖି ବନ୍ଦ୍ କରି ମୋତେ ଆଶୀର୍ବାଦ ଦେଇଛନ୍ତି । ସଂପୂର୍ଣ୍ଣ ମମତାର ସହିତପ୍ରେମର ସହିତ ଦେଇଛନ୍ତି । ଏବଂ ଆପଣମାନଙ୍କର ଏହି ମାପଦଣ୍ଡ ଗୋଟିଏ ହିଁ ଥିଲା ଯେ ମୋ କାମକୁ ଆପଣମାନେ ଦେଖିଛନ୍ତି,ଏବଂ ମୋର କାମକୁ ଆପଣମାନେ ମୋହର ଲଗାଇ ଆସିଛନ୍ତି । କେବଳ ମୋତେ ହିଁ ନୁହେଁମୋର ସାଥୀମାନଙ୍କୁ ମଧ୍ୟ ଆପଣମାନେ ଆଶୀର୍ବାଦ ଦେଇଆସିଛନ୍ତିଏବଂ ଯେତିକ ଯେତିକି ଆପଣମାନଙ୍କର ଆଶୀର୍ବାଦ ବଢ଼ି ବଢ଼ି ଚାଲିଛିସେହିଭଳି ଭାବେ ମୋର କାର୍ଯ୍ୟ କରିବାର ଇଚ୍ଛା ମଧ୍ୟ ବୃଦ୍ଧି ପାଇଚାଲିଛି ଏବଂ ମୋର କାର୍ଯ୍ୟ କରିବାର ଶକ୍ତି ବଢ଼ିବାରେ ଲାଗିଛି ।

 

ସାଥୀଗଣ,

ସଂସାରରେ କୌଣସି ପରିବର୍ତ୍ତନ ଏମିତି ସ୍ୱାଭାବିକ ଭାବେ ଆସିନଥାଏ । ଏଥିପାଇଁ ଦୀର୍ଘସ୍ଥାୟୀ ଏବଂ ସୁଦୂରପ୍ରସାରୀ ଚିନ୍ତା କରିବାକୁ ପଡ଼ିଥାଏବିଚାର କରିବାକୁ ହୋଇଥାଏ । ମେହସାନାର ଲୋକମାନେଆପଣମାନେ ଏହାର ସାକ୍ଷୀ ଅଛନ୍ତି । ଆମେ ପଞ୍ଚ ଶକ୍ତିର ଆଧାର ଉପରେ ସମ୍ପୂର୍ଣ୍ଣ ଗୁଜରାଟର ବିକାଶର ଆଧାରରେ ପାଞ୍ଚଟି ସ୍ତମ୍ଭ ଠିଆ କରାଇଥିଲୁ । ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଅନ୍ୟ ରାଜ୍ୟମାନଙ୍କ ସହିତ ଯେତେବେଳେ କଥାବାର୍ତ୍ତା କରୁଥିଲିତ ମୁଁ କହୁଥିଲି ଯେ ଆମ ବଜେଟର ବିପୁଳ ଅର୍ଥ ଜଳ ଯୋଗାଣ ନିମନ୍ତେ ବ୍ୟୟ କରିବାକୁ ପଡ଼ୁଛି । ସେତେବେଳେ ଆମେ ଜଳାଭାବରୁ ଜଟିଳ ସମସ୍ୟା ଭିତରେ ଜୀବନ ବଞ୍ଚୁଥିଲୁ । ଦଶବର୍ଷ ଭିତରୁ ସାତବର୍ଷ କେବଳ ମରୁଡ଼ିରେ କଟିଯାଇଥିଲା । ଆମର ବଜେଟର ବହୁତ ବଡ଼ ଅଂଶଭାରତର ଅନ୍ୟ ରାଜ୍ୟମାନେ ଏକଥା ବୁଝି ସୁଦ୍ଧା ପାରୁନଥିଲେ ଯେ ଆମେ ଏତେ ଟଙ୍କା କେବଳ ପାଣି ପାଇବା ଲାଗି ଖର୍ଚ୍ଚ କରୁଥିଲୁ । ଏତେ ପରିଶ୍ରମ କରିବାକୁ ପଡ଼ୁଥିଲା । ଏବଂ ସେଥିପାଇଁ ଯେତେବେଳେ ଆମେ ପଞ୍ଚାମୃତ ଯୋଜନା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଥିଲୁସେଥିରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ଗୁଜରାଟ ଉପରେ । କାରଣ ଯଦି ଜଳ ନମିଳିବଯଦି ଗୁଜରାଟ ପାଖରେ ବିଜୁଳି ନରହିବ ତେବେ ଗୁଜରାଟ ବରବାଦ ହୋଇଯିବ ।

ଦ୍ୱିତୀୟ ଆବଶ୍ୟକଟି ଥିଲା ମୋର ଆଗାମୀ ପିଢ଼ିଙ୍କ ପାଇଁ ଚିନ୍ତା ଏବଂ ସେଥିପାଇଁ ଶିକ୍ଷାବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ନିମନ୍ତେ ସଂପୂର୍ଣର୍ ଶକ୍ତି ଲଗାଯାଇଥିଲା ଏବଂ ତୃତୀୟ କଥାଟି ଥିଲା ଗୁଜରାଟ ବ୍ୟାପାରୀମାନଙ୍କ ନିମନ୍ତେ ମାଲ୍ କାରବାର କରୁଥାଉ ପଛେକିନ୍ତୁ କ୍ଷେତରେ ଚାଷବାସ ପାଇଁ ଯେଉଁଠାରେ ପଛରେ ପଡ଼ିଥିଲାଭାରତରେ ସବୁଠାରୁ ପଛୁଆ ରାଜ୍ୟ ଓ ନମ୍ବରରେ ଥିଲା । କୃଷିରେକୃଷି ଉତ୍ପାଦନରେ ଯିଏ ଆଗକୁ ବଢ଼ିବ ସେତେବେଳେ ଗାଁ ସମୃଦ୍ଧ ହେବ ଏବଂ ମୋର ଗାଁ ଯେତେବେଳେ ସମୃଦ୍ଧ ହେବ ସେତେବେଳେ ମୋର ଗୁଜରାଟ କେତେବେଳେ ପଛରେ ପଡ଼ିଯିବନାହିଁ । ଏବଂ ସେଥିପାଇଁ ଆମେ କୃଷିକ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଇଥିଲୁ ଏବଂ ଗୁଜରାଟକୁ ଯେପରିଭାବେ ଦ୍ରୁତ ଗତିରେ ଆଗକୁ ବଢ଼ାଯାଇ ପାରିବ ସେଥିପାଇଁ ଉତ୍ତମ ପ୍ରକାର ବିକାଶର ସଡ଼କ ମାର୍ଗ ଆବଶ୍ୟକଉତ୍ତମ ପ୍ରକାର ରେଳ ଯୋଗାଯୋଗ ଆବଶ୍ୟକଉତ୍ତମ ପ୍ରକାର ବିମାନ ବନ୍ଦର ଆବଶ୍ୟକସଂଯୋଗୀକରଣ ଆବଶ୍ୟକ ଏବଂ ସେତେବେଳେ ଯାଇ ବିକାଶର ସୁଫଳ ଲୋକମାନଙ୍କୁ ଚାଖିବାର ଅବସର ପ୍ରାପ୍ତ ହେବ । ବିକାଶ କଦାପି ରୋକିବ ନାହିଁସଦାବେଳେ ଆମକୁ ବଢ଼ି ଚାଲିଥିଲ । ଏବଂ ସେଥିପାଇଁ ଏହିସବୁ କଥା ଜରୁରିଅର୍ଥାତ୍‌ଉଦ୍ଦ୍ୟୋଗ ଆସିବପର୍ଯ୍ୟଟନ ଆସିବବିକାଶ ହେବଏବଂ ଆଜି ଗୁଜରାଟରେ ସେହିସବୁ ସୁଫଳ ଦୃଶ୍ୟ ହେଉଛି ।

 

 

ଆପଣମାନେ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖନ୍ତୁ । ଆମେରିକାରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଦେଖିବାକୁ ଲୋକମାନେ ଯାଆନ୍ତି । ତା’ଠାରୁ ଅଧିକ ଲୋକ ଆମର ସର୍ଦ୍ଦାର ସାହାବଙ୍କ ଚରଣ ବନ୍ଦନା କରିବା ନିମନ୍ତେ ଏଠାକୁ ଆସୁଛନ୍ତି । ଏହି ମୋଧେରା ଦେଖୁ ଦେଖୁ ପର୍ଯ୍ୟଟନର ଏକ ବିରାଟ କେନ୍ଦ୍ରରେ ପରିଣତ ହୋଇଯିବ ବନ୍ଧୁଗଣଆପଣମାନେ ବାସ୍ ପ୍ରସ୍ତୁତ ରହିଥାନ୍ତୁ ଯେ ଏଠାକୁ ଆସୁଥିବା କୌଣସି ପର୍ଯ୍ୟଟକ ଯେପରି ନିରାଶ ହୋଇ ଫେରିବେନାହିଁଦୁଃଖୀ ହୋଇ ଲେଉଟିବେନାହିଁ । ଯେଉଁ ଗ୍ରାମ ଏକଥା ସ୍ଥିର କରିବ ସେଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବା ଆରମ୍ଭ କରିବେ ।

ସାଥୀଗଣ,

ଏମିତି ଗାଁ ଗାଁରେ ବିଜୁଳି ପହଞ୍ଚାଇବା ଏବଂ ୨୪ ଘଣ୍ଟା ବିଜୁଳି ଯୋଗାଣ ଅବ୍ୟାହତ ରଖିବା କଥା ମୁଁ ପ୍ରଥମେ ଉଁଝାରେ ଆରମ୍ଭ କରିଥିଲି । ଉଁଝାରେ ଜ୍ୟୋତିଗ୍ରାମ ଯୋଜନା ପ୍ରସ୍ତୁତ କରିଥିଲି । ଆମର ନାରାୟଣ କାକା ଏଠାରେ ବସିଛନ୍ତିସେ ଅବଗତ ଅଛନ୍ତିସେତେବେଳେ ସେ ଧାରାର ସଭ୍ୟ ଥିଲେ । ସବୁ ଗୁଜରାଟବାସୀ ଏହାର ସାକ୍ଷୀ ଯେ ଆମେ ସ୍ଥିର କରିଥିଲୁ ଯେ ମୋତେ ୨୪ ଘଣ୍ଟା ଘରକୁ ବିଜୁଳି ଯୋଗାଇବାକୁ ପଡ଼ିବ । ଏପରି ଅଭିଯାନ ସ୍ଥିର କରିଥିଲା ଯେ ୧୦୦୦ ଦିନରେ ଆମେ ଏହି କାମ କରି ଦେଖାଇଛୁ । ଏବଂ ଆପଣମାନଙ୍କ ପାଖରୁ ମୁଁ ଶିଖିଛି ଏବଂ ଦିଲ୍ଲୀ ଯିବା ପରେ ମୁଁ ଦେଖିଲି ଯେ ଦେଶର ୧୮୦୦୦ ଗ୍ରାମ ଏଭଳି ଥିଲ ଯେଉଁଠାରେ ବିଜୁଳି ଯୋଗାଣ ପହଞ୍ôଚ ନଥିଲା । ସେଠାରେ ମୁଁ କହିଲି ଯେ ମୋତେ ୧୦୦୦ ଦିନରେ ବିଜୁଳି ଦରକାର ଏବଂ ଆପଣମାନଙ୍କୁ ଏକଥା ଶୁଣି ଖୁସି ଲାଗିବ ଯେ ଆପଣଙ୍କର ଏହି ଗୁଜରାଟୀ ପୁଅ ୧୮୦୦ ଗାଁକୁ ବିଜୁଳିବାଲା ଗ୍ରାମରେ ପରିଣତ କରିପାରିଛି ।

ମୋର ମନେ ଅଛି ଯେ ୨୦୦୭ରେ ଜଳ ଯୋଗାଣର ଏକ ପ୍ରକଳ୍ପ ଉଦ୍‌ଘାଟନ କରିବା ଲାଗିଲୋକାର୍ପଣ କରିବା ସକାଶେ ଏଠାରେ ଡେଡିୟାସନ ଆସିଥିଲେ ଏବଂ ସେତେବେଳେ ମୁଁ କହିଥିଲି ଯେ ଯେଉଁ ଲୋକ ଗୁଜରାଟରେ ଜଳ ଯୋଗାଣର ଯେଉଁ ପ୍ରୟାସ କରାଯାଉଛିତାହାର ମୂଲ୍ୟକୁ ସ୍ୱୀକାର କରୁନାହାନ୍ତିଏହାର ମହତ୍ତ୍ୱକୁ ବୁଝୁନାହାନ୍ତିତାଙ୍କୁ ୧୫ ବର୍ଷ ପରେ ବୁଝା ପଡ଼ିଥିଲାଟେଲିଭିଜନ ପର୍ଦ୍ଦାରେ ଯେତେବେଳେ ଦେଖିଥିଲେ ସେତେବେଳେ ତ ତାଙ୍କୁ ମାଲୁମ ପଡ଼ିଯାଇଥିଲା ଯେ ପାଣି ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ଯେଉଁ ତପ କରାଯାଇଥିଲାତାହା ନା ଆମର ଗୁଜରାଟକୁ ସବୁଜିମାରେ ଭରପୂର କରିପାରିଥିଲାନା ତାହା ମୋର ମା- ଭଉଣୀମାନଙ୍କ ମୁହଁରେ ହସ ଖେଳାଇ ପାରିଥିଲା । ତାହା ହେଉଛି ପାଣିର ଶକ୍ତି । ଆପଣମାନେ ଦେଖନ୍ତୁସୁଜଳାମ୍ ସୁଫଳାମ୍ ଯୋଜନା ଏବଂ ସୁଜଳାମ୍ ସୁଫଳାମ୍ କେନାଲ ପ୍ରସ୍ତୁତ କରାଗଲା । ମୁଁ ଗୁଜରାଟର କୃଷକମାନଙ୍କ ନିକଟରେ ଯେତିକି ଆଭାର ବ୍ୟକ୍ତ କରିବି ତାହା ସେତିକି କମ୍ ହେବ ଯେ ସୁଜଳାମ୍ ସୁଫଳାମ୍ କେନାଲ ନିମନ୍ତେକୋଶୀର କୋର୍ଟ କଚେରୀର ଆଇନର ବନ୍ଧନ ବିନା ଲୋକମାନେ ମୋତେ ଯେତିକି ଜମି ଆବଶ୍ୟକ ତାହା ଦେଇଥିଲେ । ଦେଖୁ ଦେଖୁ ସୁଜଳାମ୍ ସୁଫଳାମ୍ କେନାଲ ଖୋଳା ହୋଇଗଲା ଏବଂ ଯେଉଁ ପାଣି ସମୁଦ୍ରକୁ ବହି ଯାଉଥିଲା ସେହି ପାଣି ଆଜି ଉତ୍ତର ଗୁଜରାଟର କ୍ଷେତ୍ରରେ ଆସି ମଡ଼ାଯାଇ ପାରୁଛି ଏବଂ ମୋର ଉତ୍ତର ଗୁଜରାଟର କୃଷକ ଭାଇମାନେ ବର୍ଷକୁ ତିନି ତିନିଟି ଫସଲ ଉପୁଜାଇ ପାରୁଛନ୍ତି ।

ଆଜି ପାଣି ସହିତ ସଂଶ୍ଳିଷ୍ଟ ଯୋଜନାଗୁଡ଼ିକର ଉଦ୍ଘାଟନ- ଶିଳାନ୍ୟାସ କରିବାର ଅବସର ମଧ୍ୟ ମୋତେ ପ୍ରାପ୍ତ ହୋଇଛି । ବିସନଗରମୋ ଗାଁ ବଡ଼ନଗରଆମର ଖେରାଲୁ ତାଲୁକ ଏହାର ସବୁଠାରୁ ଅଧିକ ଲୋକଙ୍କୁ ଏହି ପରିଯୋଜନାମାନ କାର୍ଯ୍ୟକାରୀ ହେଲେ ସୁବିଧା ମକ୍ଟମକ୍ଟବ ଏବଂ  ଯେତେବେଳେ ସେମାନଙ୍କ ନିକଟରେ ପାଣି ପହଞ୍ôଚବ ତ ସେମାନଙ୍କ ପରିବାର ଏଥିରୁ ସିଧାସଳଖ ଲାଭାନ୍ୱିତ ହୋଇପାରିବେ । ସେମାନଙ୍କ ପରିବାରର ସୁଖଶାନ୍ତ ବଢ଼ିବମାତା- ଭଉଣୀମାନଙ୍କ ଶକ୍ତିର ସଦୁପଯୋଗ ହୋଇପାରିବ । ପଶୁପାଳନ ଯେତିକି ଆଗକୁ ବଢ଼ିବା ସମ୍ଭବ ତାହା ହୋଇପାରିବକୃଷିକାର୍ଯ୍ୟ ତ ସବୁଠାରୁ ଅଧିକ ଲାଭାନ୍ୱିତ ହେବ ଏବଂ ସେଥିପାଇଁ ପଶୁପାଳନ ଏବଂ ଆମର ମେହସାନା ଜିଲ୍ଲାର ତ ଏହା ପରିଚୟ ଏବଂ ଏବେ ମୋତେ ଅଶୋକ ଭାଇ କହୁଥିଲେ ଯେ ଆମେ ୧୯୬୦ ମସିହା ପରେ ଡାଏରୀ ଉତ୍ପାଦନରେ ରେକର୍ଡ ପରିମାଣର ମୁନାଫା ଉପାର୍ଜନ କରିପାରିଛୁ । ମୁଁ ଉତ୍ତର ଗୁଜରାଟର ପଶୁପାଳକମାନଙ୍କୁ ଅଭିନନ୍ଦନ ଜଣାଉଛି ଯେ ଆପଣମାନେ ପଶୁପାଳନ ଡାଏରୀ ଏଭଳି ଲୋକମାନଙ୍କ ହାତରେ ସମର୍ପିଛନ୍ତି ଯାହା ଚୋରି ହୋଇଯାଉଥିଲା ଏବଂ ତାହା ବନ୍ଦ୍ ହୋଇଯାଇଥିଲା । ଆପଣମାନଙ୍କ ମୁନାଫା  ଅର୍ଥରେ ସେମାନେ ଭାଗୀଦାର ବନୁଥିଲେ ।

ଭାଇଗଣ,

ଆପଣମାନେ ତ ଏଭଳି ଦିନ ସୁଦ୍ଧା ଦେଖିଛନ୍ତି ଯେତେବେଳେ ପାଣି ଉପଲବ୍ଧ ହେଉନଥିଲାଚାରା ନଥିଲାମରୁଡ଼ି ହେଉଥିଲାଆମକୁ ଘାସ ଚାରା ମଧ୍ୟ ଭାରତର କୋଣ ଅନୁକୋଣରୁ ଆଣିବାକୁ ପଡ଼ୁଥିଲା । ଟ୍ରେନ୍‌ମାନଙ୍କରେ ଲଦି ସେସବୁ ଅଣା ଯାଉଥିଲା । ପାଣି ପାଇଁ ଗୃହପାଳିତ ପଶୁମାନେ ଡହଳବିକଳ ହେଉଥିଲେ । ଏବଂ ସମ୍ବାଦପତ୍ରମାନଙ୍କରେ ସେ ସମ୍ପର୍କରେ ଭରପୂର ସମ୍ବାଦ ପ୍ରକାଶ ପାଉଥିଲା । ଆଜି ସେହିସବୁ ସମସ୍ୟାଗୁଡ଼ିକରୁ ଆମେ ମୁକ୍ତ ହୋଇପାରିଛେ । ସେଥିପାଇଁ ୨୦- ୨୨ ବର୍ଷର ଯୁଽର୍ଗଙ୍କୁ ଏହା ଜଣା ନଥିବ ଯେ କେଉଁ ପ୍ରକାର ସମସ୍ୟାରେ ଗୁଜରାଟକୁ ଆମେ ବାହାର କରିପାରିଛୁ ଏବଂ ଏବେ ଜବରଦସ୍ତ ଲମ୍ଫ ପ୍ରଦାନ କରି ଆଗକୁ ବଢ଼ି ଚାଲିଛୁ । ଏତିକିରେ ଆମେ ନିଜକୁ ସନ୍ତୁଷ୍ଟ ବୋଲି ମାନିବାକୁ ହେବନାହିଁମୋ ମନ କହୁଛି ଯାହା କିଛି ହୋଇଛି ତା’ଠାରୁ ଆହୁରି କେଇ ଗୁଣ ଅଧିକ ଆମକୁ କରି ଦେଖାଇବାକୁ ହେବ ।

ବିଜୁଳି ପହଞ୍ôଚବପାଣି ପହଞ୍ôଚବତା’ହେଲେ ଔଦ୍ଦ୍ୟୋଗିକ ବିକାଶ ସମ୍ଭବପର ହୋଇପାରିବକୃଷି ଉତ୍ପାଦନ ବୃଦ୍ଧି ପାଇବଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ ଏବଂ ଏବେ ତ ଫୁଡ ପାର୍କ ଉହାର କାମ ଆଗକୁ ବଢ଼ିଚାଲିଛି । ଏଫ. ପି. ଓ.ମାନ ଗଠନ କରାଯାଉଛି ଏବଂ ସେମାନଙ୍କ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିଚାଲିଛି । ଆମ ମେହସାନା ଜିଲ୍ଲା ଔଷଧପ୍ଲାଷ୍ଟିକ୍‌ସିମେଣ୍ଟଇଞ୍ଜିନିୟରିଂଏସବୁ ଉଦ୍ଦ୍ୟୋଗମାନଙ୍କ ନିମନ୍ତେ ଏକ ବଡ଼ ଶକ୍ତିକେନ୍ଦ୍ରରେ ପରିଣତ ହେଉଛି । କାରଣ ଏହାର ଉପଯୋଗ ବୃଦ୍ଧି ପାଇଛି । ଆମର ମଡ଼େଲସ୍ୱତନ୍ତ୍ର ନିବେଶ କାରଣଏହା ଛଡ଼ା ତ ଅଟୋମେଟିକ୍ ଇଣ୍ଡଷ୍ଟ୍ରୀଜାପାନବାଲା ଗାଡ଼ି ଏଠାରେ ନିର୍ମିତ ହେଉଥିବା ଗାଡ଼ି ଜାପାନରୁ ମଗାଉଥିବା ବାବୁଭାୟାଏହା ଦ୍ୱାରା ବଡ଼ କ’ଣ ହୋଇପାରିବଜାପାନର ଲୋକମାନେ ତ ଏଠାକୁ ଆସୁଛନ୍ତି । ଏଠାକୁ ଆସି ସେମାନେ ତାଙ୍କର ପୁଂଜି ନିବେଶ କରନ୍ତୁ । ଏଠାରେ ଗାଡ଼ି ବନାନ୍ତୁ । ବୁଦ୍ଧି ଓ ଶ୍ରମ ଗୁଜରାଟର ଯୁବକମାନଙ୍କର ହେଉ ଏବଂ ଏବେ ଯେତେବେଳେ ଜାପାନର ଗାଡ଼ି ଆବଶ୍ୟକ ପଡ଼ିବ ତ ସେମାନେ ସେଠାରେ ଚଲାଇବାଲାଗି ଏଠାରୁ ଗାଡ଼ି ମଗାନ୍ତୁ । ଆଜି ତିନୋଟି ପ୍ଲାଣ୍ଟରୁ ଲକ୍ଷ ଲକ୍ଷ ଗାଡ଼ି ଉତ୍ପାଦିତ ହେଉଛିସାଇକେଲ ତିଆରି କରିବା ଦିନେ କଷ୍ଟସାଧ୍ୟ ଥିଲା ବନ୍ଧୁଗଣଆଜି ଏଠାରୁ ଗାଡ଼ି ନିର୍ମିତ ହେଉଛି । ମୋର ଏହି ଶବ୍ଦକୁ ଆପଣମାନେ ଲେଖି ରଖନ୍ତୁ ବନ୍ଧୁଗଣଯେଉଁ ଗୁଜରାଟରେ ଦିନେ ସାଇକେଲ ପ୍ରସ୍ତୁତ ହୋଇପାରୁ ନଥିଲା ଆଜି ସେଠାରେ ଗାଡ଼ି ବନୁଛିମେଟ୍ରୋ କୋଚ୍ ନିର୍ମିତ ହେବା ଆରମ୍ଭ କରିଛି ଏବଂ ଆଉ ସେଦିନ ଦୂର ନୁହେଁ ଯେତେବେଳେ ଆପଣମାନେ ଯେଉଁ ବିମାନ ମୁଣ୍ଡ ଉପରେ ଆକାଶରେ ଉଡ଼ୁଥିବା ଦେଖୁଛନ୍ତି ତାହା ଗୁଜରାଟ ଭୂମିରେ ହିଁ ନିର୍ମିତ ହେବ ।

ସୁଜୁକିର ଯେଉଁ ଛୋଟ ଛୋଟ ସପ୍ଲାୟର ଅଛନ୍ତିସେମାନଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ । ଛୋଟ ଛୋଟ ସ୍ପେୟାର ପାର୍ଟସ୍ ସେମାନେ ପ୍ରସ୍ତୁତ କରୁଛନ୍ତି । ଆପଣମାନେ ଚିନ୍ତା କରନ୍ତୁ ଦୁନିଆ କେଡେ ଶୀଘ୍ର ବଦଳି ଚାଲିଛି । ଇଲେକ୍ଟ୍ରୋନିକ୍ ଯାନରେ ଯାତାୟାତ କରିବା ବିନା ଅନ୍ୟ କିଛି ବିକଳ୍ପ ନାହିଁ । ଏହାର ବହୁତ ବଡ଼ କାର୍ଯ୍ୟସବୁଠାରୁ ବଡ଼ କାର୍ଯ୍ୟ ଏବେ ଭାରତରେ ହେଉଛି । ଆମରି ମାଁ ବୈଚରାତୀଙ୍କ ପାଦଦେଶରେ ହିଁ ହେଉଛି । ଆମର ଲିଥିୟମ୍ ଆୟନ୍ ପ୍ରସ୍ତୁତ କରିବାର ପ୍ଲାଣ୍ଟ୍ ଆମରି ହାଂସଲପୁରରେ ଏବଂ ମୁଁ ହାଂସଲପୁରର କୃଷକମାନଙ୍କ ପ୍ରତି ପୁଣି ଥରେ କୃତଜ୍ଞତା ଜଣାଇବାକୁ ଚାହେଁ । କାରଣଆପଣମାନେ ଭାବୁଥିବେ ଯେ ଏବେ କାହିଁକି ମୋର ଏକଥା ସ୍ମରଣ ଆସିଲାମୁଁ ଆପଣମାନଙ୍କୁ ଗୋଟିଏ ସୁନ୍ଦର କାହାଣୀ କହିବାକୁ ଚାହିଁବି । ଏସବୁ ସମସ୍ତ ବରବାଦୀବାଲା ବିଚାରଧାରାରେ ବିଶ୍ୱାସୀ ଯାହା ଲେଖୁଛନ୍ତି ଲେଖନ୍ତୁକହନ୍ତୁ ଏବଂ ଆନ୍ଦୋଳନ କରନ୍ତୁ । ଯେତେବେଳେ ଆମେ ଏହି ସୁଜୁକି ସପ୍ ଆଣିବା କଥା ସ୍ଥିର କରିଥିଲୁ ତ ହାଂସଲପୁରର ସମଗ୍ର ପଟ୍ଟିରେ ତ ସବୁ କୃଷକ ଆନ୍ଦୋଳନକୁ ଓହ୍ଲାଇ ଆସିଥିଲେ ଏବଂ ସେଠାକାର ଜବି ଏଭଳି ଯେ ସେଠାରେ ବାଜରା ଚାଷ କରିବା ସୁଦ୍ଧା ମୁସ୍କିଲ୍ ଥିଲା । ପୂରା ଶୁଷ୍କ ଅଞ୍ଚଳ । ସେତେବେଳେ ସମସ୍ତେ ଆନ୍ଦୋଳନ କଲେ ଏବଂ ଗାନ୍ଧୀନଗର ଆସିଲେ । ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲି । ସେଠାକୁ ଆସିବା ପରେ ସମସ୍ତେ ଜିନ୍ଦାବାଦ୍‌ମୁର୍ଦ୍ଦାବାଦ ଧ୍ୱନିମାନ ଦେଉଥିଲେ ଏବଂ ମୋଦୀର ପୁତ୍ତଳିକା ଜାଳିବା କାର୍ଯ୍ୟ ମଧ୍ୟ ସମାପନ କଲେ ।

ମୁଁ କହିଥିଲିନା ଭାଇସେମାନଙ୍କୁ ସମସ୍ତଙ୍କୁ ଭିତରକୁ ଡାକ । ମୁଁ ମମସ୍ତଙ୍କୁ ମୋ ଭିତରକୁ ଆମନ୍ତ୍ରଣ କଲି ଏବଂ ସମସ୍ତଙ୍କ ସହିତ କଥାବାର୍ତ୍ତା କଲି । ମୁଁ କହିଲି ଆପଣମାନଙ୍କର ପ୍ରକୃତ ଅଭିଯୋଗ କ’ଣ ଅଛି ତାହା ମୋତେ କହନ୍ତୁ । ବାସ୍‌ସେମାନେ କହିଲେଆମର ଏ ଫ୍ୟାକ୍ଟ୍ରି ଦରକାର ନାହିଁ । ଆମେ ଜମି ଦେବୁନାହିଁ । ମୁଁ କହିଲିଆପଣମାନଙ୍କର ଯାହା ଇଚ୍ଛା । ତା’ହେଲେ ଆମେ ଅନ୍ୟ ସ୍ଥାନକୁ ଫ୍ୟାକ୍ଟ୍ରି ଉଠେଇନେବୁ । ସେତେବେଳେ ସେମାନଙ୍କ ଭିତରୁ ୫ – ୭ଜଣ ବୁଝିବା ଶୁଝିବା ଲୋକ ଠିଆ ହୋଇଗଲେ । କହିଲେସା’ବ୍‌ଏମିତି କରନ୍ତୁନାହିଁ । ଆମର ଏଠାକୁ ହିଁ ଫ୍ୟାକ୍ଟ୍ରି ଆଣନ୍ତୁଏବଂ ଯେଉଁ କୃଷକମାନେ ଏଭଳି ବିଚାରବୁଦ୍ଧି ପ୍ରଦର୍ଶନ କରିଥିଲେଆନ୍ଦୋଳନ ବନ୍ଦ୍ କରିଥିଲେ ଏବଂ ଆପଣମାନେ ଚିନ୍ତା କରନ୍ତୁଆଜି ଔଦ୍ଦ୍ୟୋଗିକ କ୍ଷେତ୍ରରେ ସମଗ୍ର କ୍ଷେତ୍ରର ନାମ ଉଜ୍ଜ୍ୱଳ ହେଉଛି କି ନାହିଁ । ପୂରା ମେହସାନା ପର୍ଯ୍ୟନ୍ତ ବିକାଶ ହେବାକୁ ଯାଉଛି ।

ଭାଇମାନେ,

ଆପଣମାନେ ଥରେ ଚିନ୍ତା କରନ୍ତୁଏ ଯେଉଁ ୱେଷ୍ଟର୍ଣ୍ଣ ଫ୍ରେଟ୍ କରିଡୋରଦିଲ୍ଲୀ- ମୁମ୍ବାଇ ଫ୍ରେଟ୍ କରିଡୋର ଏହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛିଏକପ୍ରକାର କହିବାକୁ ଗଲେ ମାନୁଫାକ୍‌ଚରିଂ ହବ୍ ଏହାର ସେହିଭଳି ଏକ ପରଚିୟ ସୃଷ୍ଟି ହେଉଛି । ଏବଂ କେବଳ ସେତିକି ନୁହେଁଲଜିଷ୍ଟିକ୍ ଭଣ୍ଡାରଣ କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ବୃଦ୍ଧି ପାଇବାକୁ ଯାଉଛି । ରୋଜଗାରର ନୂଆ ନୂଆ ଅବସରମାନ ସୃଷ୍ଟି ହୋଇଚାଲିଛି ।

ସାଥୀଗଣ,

ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆମେ କନେକ୍ଟିଭିଟି ଉପରେ ଗୁରୁତ୍ୱ ଆରୋପ କରିଛୁଏବଂ ଏବେ ଡବଲ ଇଂଜିନ୍ ସରକାର ନରେନ୍ଦ୍ର  ଏବଂ ଭୂପେନ୍ଦ୍ର – ଦୁଇଜଣ ଏକ ହୋଇଯାଇଛନ୍ତି ନାସେଇଥିପାଇଁ ବନ୍ଧୁଗଣଗତି ଜବରଦସ୍ତ ଭାବେ ବୃଦ୍ଧି ପାଇଛି । ଆପଣମାନେ ଦେଖନ୍ତୁବ୍ରିଟିଶ୍ ଶାସନ କାଳରେ ଆପଣମାନଙ୍କୁ ଏକଥା ଶୁଣି ଦୁଃଖ ଆସିବ ବନ୍ଧୁଗଣଇଂରେଜ ଶାସନ କାଳରେ ଆଜିଠାରୁ ପ୍ରାୟ ୯୦- ୯୫ ବର୍ଷ ପୂର୍ବେ ୧୯୩୦ ମସିହାବେଳେ ଇଂରେଜମାନେ ଗୋଟିଏ ନିୟମ ପ୍ରସ୍ତୁତ କରିଥିଲେ । ତା’ର ସଂପୂର୍ଣ୍ଣ ଫାଇଲ୍ ରହିଛିଏହାର ପୂରା ନକ୍ସା ଅଛି । ସେଥିରେ ମେହସାନା- ଅମ୍ବାଜୀ – ତାରଂଗା – ଆବୁରୋଡ ରେଳପଥ ନିର୍ମାଣର କଥା ଉଲ୍ଲେଖ ରହିଛି । କିନ୍ତୁ ଏହା ପରେ ଯେଉଁ ସରକାର ଆସିଲେ ତାଙ୍କୁ ଗୁଜରାଟ ତ ଖରାପ ଲାଗୁଥିଲା । ତେଣୁ ସେସବୁ ପ୍ରସ୍ତାବ ଶୀତଳଭଣ୍ଡାରକୁ ଚାଲିଗଲା । ଆମେ ସେସବୁକୁ ଖୋଜି ବାହାରକଲୁ । ସବୁ ପ୍ରକାର ଯୋଜନା ପ୍ରସ୍ତୁତ କଲୁ ଏବଂ ଏବେ ମୁଁ ମାଁ ଅମ୍ବାଙ୍କ ଚରଣରେ ଶରଣ ନେବାକୁ ଆସିଛି ଏବଂ ସେହି ରେଳପଥ ନିର୍ମାଣର ସମୟ ନିର୍ଘଣ୍ଟ କରିଯାଇଛି । ଆପଣମାନେ କଳ୍ପନା କରନ୍ତୁ ଯେ ଏହି ରେଳ ଲାଇନ୍ ଆରମ୍ଭ ହେବା ପରେ କିପ୍ରକାର ପରିବର୍ତ୍ତନ ଘଟିବ ଭାଇମାନେଆର୍ଥିକ ଭାବେ ଏହା କେତେ ମାତ୍ରାରେ ସମୃଦ୍ଧିକୁ ଆକର୍ଷିତ କରିବ ।

ସାଥୀଗଣ,

ବହୁଚରାଜୀମୋଧେରାଚାଣସ୍ମା ଏହି ସଡ଼କ ଚାରି ଲେନ୍‌ବିଶିଷ୍ଟ ହେବପୂର୍ବରୁ ସିଙ୍ଗଲ୍ ଲେନ୍‌ର ସମସ୍ୟା  ଥିଲା । ଆମେ ଯେତେବେଳେ ବହୁଚରାଜୀ ଆସୁଥିଲୁ ତ ଆମକୁ କି ପ୍ରକାର ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ସେକଥା ବର୍ଣ୍ଣନାତୀତ । ଗୋଟିଏ ବସ୍ ଯାଉଥିବାବେଳେ ବିପରୀତ ଦିଗରୁ ଅନ୍ୟ ଗୋଟିଏ ବସ୍ ଆସିବାବେଳେ ତାକୁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଆପଣମାନଙ୍କର ସେସବୁ କଥା ସ୍ମରଣ ଅଛି ନା ଭୁଲି ସାରିଛନ୍ତିଆଜି ଚାରି ଲେନ୍ ବିଶିଷ୍ଟ ରୋଡ଼ର କଥା ଉଠୁଛି ସାଥିଗଣ । ବିକାଶ ଘଟାଇବାକୁ ହେବ ତ ଶିକ୍ଷାକୌଶଳଆରୋଗ୍ୟଏସବୁ ବିନା ସବୁକିଛି ଅସଂପୂର୍ଣ୍ଣ । ଏବଂ ସେଇଥିବାପାଇଁ ମୁଁ ମେହସାନାରେ ଏହା ଉପରେ ବିଶେଷ ଭାବେଗୁଜରାଟରେ ଏହା ଉପରେ ଆମେ ବିଶେଷ ଧ୍ୟାନ ଦେଇଛୁ । ସରକାରୀ ଅଧିକାରୀକର୍ମଚାରୀଙ୍କ ପ୍ରଶିକ୍ଷଣ ନିମନ୍ତେ ସର୍ଦ୍ଦାର ସାହେବଙ୍କ ସ୍ମୃତରେ ଏକ ସଂସ୍ଥା ଗଠିତ ହେଉଛି ଯାହା ଏଠାକାର ଯୁବକ- ଯୁବତୀମାନଙ୍କୁ ସେମାନଙ୍କର ପ୍ରଗତି କରିବାର ସମସ୍ତ ଅବସର ଯୋଗାଇବ ।

ଗୁଜରାଟ ସରକାରଙ୍କୁ ମୁଁ ବଧେଇ ଜଣାଉଛିଅଭିନନ୍ଦନ କରୁଛି ଯେ ସେ ଏହି ମହତ୍ତ୍ୱପୂର୍ଣର୍ ନିର୍ଣ୍ଣୟ ନେଇଛନ୍ତି ଏବଂ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବାର ବିଚାର କରିଛନ୍ତି । ବଡ଼ନଗରରେ ମେଡିକାଲ କଲେଜ ଆମର ଏଠାରେ ତ ଏକାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ କେଉଁଠାକୁ ଯିବାକୁ ହେବ ସେକଥା ଚିନ୍ତା କରାଯାଇଥାଏ । ସେହି ଗ୍ରାମରେ ଏବେ ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ଚାଲିଛି । ଗୁଜରାଟର ସବୁ ଜିଲ୍ଲାରେ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା, ଏହି ଡବଲ ଇଂଜିନ୍ ସରକାର ଆଗାମୀ ଦିନରେ ଯେତେଦୂର ପ୍ରସାର କରାଯିବା ସମ୍ଭବ ତାହା ଅବଶ୍ୟ କରିବ ।

ସାଥୀଗଣ,

ମୁଁ ଖୁସି ଅନୁଭବ କରୁଛି ଯେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରଯେଉଁ କାରଣରୁ ଶସ୍ତାରେ ଔଷଧ ଏବଂ ଶସ୍ତାରେ ଔଷଧ ଅର୍ଥାତ୍ ଯାହାଙ୍କ ଘରକୁ ସଦାବେଳେ ଔଷଧ କିଣିବାକୁ ପଡ଼ିଥାଏବୟସ୍କ ବ୍ୟକ୍ତି ହୋଇଥାନ୍ତକିଛି ନା କିଛି ବେମାରୀ ହୋଇଥାଉସେମାନଙ୍କୁ ୧୦୦୦ ଟଙ୍କାର ବିଲ୍ ପୂର୍ବରୁ ମୁଣ୍ଡାଇବାକୁ ପଡ଼ୁଥିଲା । ଆମେ ଏହି ଜନ ଔଷଧି କେନ୍ଦ୍ର ଖୋଲିଛୁ ନାମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ଆପଣମାନେ ସମସ୍ତେ ସେହିଠାରୁ ହିଁ ନିଜର ଔଷଧ କ୍ରୟ କରନ୍ତୁ । ଜେନେରିକ୍ ମେଡିସିନ୍ କୌଣସି ପ୍ରକାର ଅନ୍ ଅଥେଣ୍ଟିକ୍ ଔଷଧ ନୁହେଁ । ସେଥିପାଇଁ ଯେଉଁ ୧୦୦୦ ଟଙ୍କା ପୂର୍ବରୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା ତାହା ଏବେ ୧୦୦- ୨୦୦ ଟଙ୍କାରେ ହିଁ କ୍ରୟ କରାଯାଇପାରୁଛି । ଆପଣମାନଙ୍କର ୮୦୦ ଟଙ୍କା ବଞ୍ôଚଲା । ସେଥିପାଇଁ ଆପଣଙ୍କର ଏହି ପୁଅ କାମ କରିଛି । ଆପଣମାନେ ଏହାର ସୁଫଳ ଲାଭ କରନ୍ତୁ ।

ବହୁତ ବଡ଼ ସଂଖ୍ୟାରେ ରୋଜଗାର ପ୍ରଦାନ କରୁଥିବାପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ଆମେ କହୁଛୁ । ଯେମିତି ଏବେ ଦେଖନ୍ତୁବଡ଼ନଗରରେ ଯେଉଁ ଖନନ କରାଯାଇଛିହଜାର ହଜାର ବର୍ଷ ତଳର ପ୍ରାଚୀନ ସାମଗ୍ରୀ ଆମକୁ ମିଳିଛି । ଏବଂ ଯେମିତି କାଶୀ ଅବିନାଶୀ ବୋଲି ବିବେଚନା କରାଯାଏ ଯେଉଁଠାରେ କାହାର କେତେବେଳେ ଅନ୍ତ ହୋଇନଥାଏ, ଭାରତର ଦ୍ୱିତୀୟ ସହର ହେଉଛି ବଡ଼ନଗର ଯେଉଁଠାରେ ବିଗତ ୩୦୦୦ ବର୍ଷ ପୂର୍ବର କିଛି ହେଲେ ଅନ୍ତ ହୋଇନାହିଁ । ଏଠାରେ ସଦାବେଳେ କିଛି ନା କିଛି ମାନବ ବସତି ରହିଛି । ଏହା ସେଠାରେ ଖନନ କରାଯିବା ପରେ ଜଣାପଡ଼ିଛି । ବିଶ୍ୱବାସୀ ଏହାକୁ ଦେଖିବାକୁ ଆସିବେ ସାଥୀଗଣସୂର୍ଯ୍ୟ ମନ୍ଦିର ସହିତ ଆମର ବହୁଚରାଜୀର ତୀର୍ଥଆମର ଉମିୟା ମାତା,ଆମର ସତରେଲିଂ ପୁଷ୍କରିଣୀଆମର ରାନୀ କା ବାଗ୍‌ଆମର ତାରଙ୍ଗା ହିଲ୍‌ଆମର ରୁଦ୍ର ମହାଳୟବଡ଼ନଗରର ତୋରଣ । ସମଗ୍ର କ୍ଷେତ୍ରରେ ଗୋଟିଏ ବସ୍‌ରେ ଘୂରିଲେ ସେସବୁକୁ ଜଣେ ପର୍ଯ୍ୟଟକ ଦେଖିପାରିବ । ଦି’ଦିନ ପର୍ଯ୍ୟନ୍ତ ବୁଲି ପର୍ଯ୍ୟଟକ ଥକିପଡ଼ିବେ ଏସବୁ ଦେଖି । ଏହାକୁ ଆମମାନଙ୍କୁ ଆଗକୁ ବଢ଼ାଇବାକୁ ହେବ ।

ସାଥୀଗଣ,

ଦୁଇ ଦଶନ୍ଧିରେ ଆମର ମନ୍ଦିରଶକ୍ତିପୀଡ଼ଆଧ୍ୟାମ୍ୟ ଏହାର ଦିବ୍ୟତାଭବ୍ୟତା ପୁନଃପ୍ରସ୍ଥାପିତ କରିବା ସକାଶେ ମନ ପ୍ରାଣ ଦେଇ କାର୍ଯ୍ୟ କରାଯାଇଛିନିଷ୍ଠାର ସହିତ ପ୍ରୟାସ କରାଯାଇଛି । ଆପଣମାନେ ଦେଖନ୍ତୁ ସୋମନାଥଚୋଟିଲାପାବାଗଡ଼ଚୋଟିଲାର ସ୍ଥିତି ସୁଧୁରା ଯାଇଛି । ପାବାଗଡ଼ରେ ୫୦୦ ବର୍ଷ ପର୍ଯ୍ୟନ୍ତ ଧ୍ୱଜା ଉଡ଼ୁନଥିଲା । ଭାଇମାନେଏବେ ମୁଁ ଆସିଥିଲି ଦିନେ ସେଠାକୁ ଧ୍ୱଜା ଉଡାଇବା ପାଇଁ । ଏବେ ଅମ୍ବାଜୀ କେମିତି ଚମକୁଛି । ମୋତେ ତ କୁହାଯାଇଛି ଯେ ଏବେ ଅମ୍ବାଜୀରେ ସନ୍ଧ୍ୟାକୁ ଆରତୀବେଳେ ହଜାର ହଜାର ସଂଖ୍ୟାରେ ଲୋକ ଏକାସଙ୍ଗେ ଶରଦ ପୂର୍ଣ୍ଣିମା ଅବସରରେ ସେଠାରେ ଆରତୀ କରୁଛନ୍ତି ।

ସାଥୀଗଣ,

ଗିରନାର ହେଉପାଲିତାଣା ହେଉବହୁଚରାଜୀ ହେଉଏଭଳି ସକଳ ତୀର୍ଥସ୍ଥାନମାନଙ୍କରେ ଏଭଳି ଭବ୍ୟ କାର୍ଯ୍ୟ ହେଉଛି ଯେ ଏହି କାରଣରୁ ଭାରତରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି ଏବଂ ପର୍ଯ୍ୟଟକ ଆସୁଛନ୍ତି ତ ସେଥିରେ ସମସ୍ତଙ୍କର ତ ମଙ୍ଗଳ ହେଉଛି ବନ୍ଧୁଗଣ । ଏବଂ ଆମର ଯେଉଁ ମନ୍ତ୍ର ରହିଛି- ସବକା ସାଥ୍‌ସବକା ବିକାଶସବକା ବିଶ୍ୱାସ ଏବଂ ସବକା ପ୍ରୟାସ – ତାହା ହେଉଛି ଏହି ଡବଲ ଇଂଜିନ ସରକାର । ସୂର୍ଯ୍ୟଙ୍କ ଜ୍ୟୋତି ପରିଯେମିତି ସୂର୍ଯ୍ୟ କୌଣସି ଭେଦଭାବ ନରଖି ସବୁଠାରେ ନିଜର କିରଣ ପହଞ୍ଚାଇଥାନ୍ତିସେହିଭଳି ବିକାଶର ଆଲୋକ ମଧ୍ୟ ପ୍ରତି ଘରେ ପହଞ୍ଚୁଗରିବଙ୍କ ଝୋପଡ଼ି ପର୍ଯ୍ୟନ୍ତ ପହଞ୍ଚୁସେଥିପାଇଁ ଆପଣମାନଙ୍କର ଆଶୀର୍ବାଦ ଲୋଡ଼ା । ଆମର ଟିମ୍‌କୁ ଆପଣମାନଙ୍କର ଆଶୀର୍ବାଦ ଆବଶ୍ୟକସେମାନଙ୍କୁ ଅଣ୍ଟିଭରା ଆଶୀର୍ବାଦ ପ୍ରଦାନ କରନ୍ତୁ ଭାଇମାନେଏବଂ ଗୁଜରାଟର ବିକାଶକୁ ଯେମିତି ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବତାହା ସୁନିଶ୍ଚିତ କରନ୍ତୁ । ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନାଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନଧନ୍ୟବାଦ ।

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଥରେ ଜୋର୍‌କରି କହନ୍ତୁ ମୋର ମେହସାନା ପଛରେ ପଡ଼ିବ ନାହିଁ

ଥରେ ହାତ ଉପରକୁ କରି କହନ୍ତୁ ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ!

ଧନ୍ୟବାଦ!