ଟି -୨୦ ବିଶ୍ୱକପରେ ବୁମ୍ରାଙ୍କ ସ୍ଥାନରେ ଶାମି

ଭାରତୀୟ ଦଳରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ଶାମି ନେବେ…..

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ ପାଇଁ ବିସିସିଆଇ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ମହମ୍ମଦ ଶାମିଙ୍କୁ ସାମିଲ କରିଛି। ବୁମ୍ରାଙ୍କ ପିଠିରେ ଆଘାତ ଲାଗିଥିବାରୁ ବୁମ୍ରା ଟି -୨୦ ବିଶ୍ୱକପରୁ ବାଦ୍ ପଡିଥିଲେ, ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛି। ଭାରତୀୟ ଦଳରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ଶାମି ନେବେ। ବିସିଆଇ କହିଛି ଯେ, ‘ଭାରତୀୟ ସିନିୟର ସିଲେକସନ କମିଟି ମହମ୍ମଦ ଶାମୀଙ୍କୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ପାଇଁ ଆହତ ଜସପ୍ରିତ ବୁମ୍ରାଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ସାମିଲ କରିଛନ୍ତି।

ସାମି ବର୍ତ୍ତମାନ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି। ଅଭ୍ୟାସ ମ୍ୟାଚ୍ ପୁର୍ବରୁ ଭାରତୀୟ ଦଳ ସହିତ ଯୋଗ ଦେବେ। ମହମଦ ସାମି ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ରିଜର୍ଭ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଛି। ସେମାନେ ମଧ୍ୟ ଖୁବ ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିବେ।’