ଶ୍ରୀ ମହାପ୍ରଭୁ ଙ୍କ କାର୍ତ୍ତିକ ରେ ବାଳଧୂପ ଭୋଗ

ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ…..

କାର୍ତ୍ତିକ ମାସରେ ଶ୍ରୀ ଜୀଉ ମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।
ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।