ଶୁଭ ସକାଳ ଟେକ୍ସାସ,
ଶୁଭ ସକାଳ ଆମେରିକା,
ବନ୍ଧୁଗଣ ,
ଆଜି ସକାଳେ ଆମ ସହିତ ଏକ ବିଶେଷ ବ୍ୟକ୍ତି ଅଛନ୍ତି। ତାଙ୍କର କୌଣସି ପରିଚୟ ଦରକାର ନାହିଁ । ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନାମ ସହିତ ପରିଚିତ।
ବିଶ୍ବ ରାଜନୀତିରେ ଦୁନିଆର ପ୍ରାୟ ପ୍ରତ୍ୟେକ ବାର୍ତ୍ତାଳାପରେ ତାଙ୍କ ନାମ ଆସେ । ତାଙ୍କର ପ୍ରତ୍ୟେକ ଶବ୍ଦକୁ କୋଟି କୋଟି ଲୋକମାନେ ଅନୁସରଣ କରନ୍ତି।
ସେ ମହାନ ଦେଶର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପୂର୍ବରୁ ମଧ୍ୟ ଘରେ ଘରେ ପରିଚିତ ଏବଂ ବହୁତ ଲୋକପ୍ରିୟ ଥିଲେ।
ସିଇଓଙ୍କ ଠାରୁ ନେଇ କମାଣ୍ଡର ଇନ୍ ଚିଫ୍, ବୋର୍ଡ଼ରୁମୁ ନେଇ ଓଭାଲ୍ ଅଫିସ୍ ପର୍ଯନ୍ତ, ଷ୍ଟୁଡିଓ ଠାରୁ ନେଇ ଗ୍ଲୋବାଲ ଷ୍ଟେଜ୍ ପର୍ଯ୍ୟନ୍ତ, ରାଜନୀତି ଠାରୁ ନେଇ ଅର୍ଥବ୍ୟବସ୍ଥା ଏବଂ ସୁରକ୍ଷା ପର୍ଯ୍ୟନ୍ତ ପ୍ରତି ସ୍ଥାନରେ ସେ ଗଭୀର ଓ ସ୍ଥାୟୀ ପ୍ରଭାବ ଛାଡ଼ିଛନ୍ତି।
ଆଜି ସେ ଆମ ସହିତ ରହିଛନ୍ତି। ଆମେ ଆକର୍ଷଣୀୟ ଷ୍ଟାଡିୟମ ଓ ଆକର୍ଷଣୀୟ ସଭାରେ ତାଙ୍କର ସ୍ବାଗତ କରିବା ମୋ ପାଇଁ ସମ୍ମାନ ଓ ସୌଭାଗ୍ୟର ବିଷୟ ଅଟେ।
ଏବଂ କହିବାକୁ ଚାହିଁବି ଯେ, ମୋତେ ଅନେକ ସମୟରେ ତାଙ୍କର ସହିତ ସାକ୍ଷାତ କରିବାର ସୁଯୋଗ ମିଳିଛି ଏବଂ ପ୍ରତି ଥର ମୋତେ ବନ୍ଧୁତା, ଉତ୍ସାହ, ଶକ୍ତି ମିଳିଛି। ସେ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି – ଶ୍ରୀ ଡୋନାଲ୍ଡ ଟ୍ରମ୍ପ
ଏହା ଅସାଧାରଣ ,ଏହା ଅଭୂତପୂର୍ବ ଅଟେ।
ବନ୍ଧୁଗଣ ,
ଯେପରି ମୁଁ ଆପଣମାନଙ୍କୁ କହିଲି ଯେ ଆମେ କିଛି ଥର ସାକ୍ଷାତ କରିଛୁ ଏବଂ ପ୍ରତି ଥର ସେ ସେହିପରି ଉତ୍ସାହ, ବନ୍ଧୁତା, ଆଗ୍ରହ ସହକାରେ ସାକ୍ଷାତ କରିଛନ୍ତି। ମୁଁ ଆଉ କିଛି ବିଷୟ ପାଇଁ ମଧ୍ୟ ତାଙ୍କର ପ୍ରଶଂସା କରୁଛି।
ତାଙ୍କର ନେତୃତ୍ବର କ୍ଷମତା, ଆମେରିକା ପାଇଁ କିଛି କରିବାର ଉତ୍ସାହ, ପ୍ରତ୍ୟେକ ଆମେରିକିୟଙ୍କ ପାଇଁ ଭଲ ପାଇବା, ଆମେରିକାର ଭବିଷ୍ୟତ ପାଇଁ ଏବଂ ଆମେରିକାକୁ ପୁଣି ଥରେ ମହାନ୍ କରିବା ନିମନ୍ତେ ତାଙ୍କର ସଙ୍କଳ୍ପ ବାସ୍ତବିକ ପ୍ରଶଂସନୀୟ।
ଏବଂ ସେ ପୂର୍ବରୁ ହିଁ ଆମେରିକାର ଅର୍ଥବ୍ୟବସ୍ଥାକୁ ମଜବୁତ୍ କରି ସାରିଛନ୍ତି। ସେ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ ଦୁନିଆଁ ପାଇଁ ବହୁତ କିଛି ହାସଲ କରିଛନ୍ତି।
ବନ୍ଧୁଗଣ ,
ଆମେ ଭାରତରେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମର ବହୁତ ଭଲ ପାଇବା ରହିଛି। ପ୍ରାର୍ଥୀ ଟ୍ରମ୍ପଙ୍କ ଶବ୍ଦ – ‘ଅବ୍କି ବାର ଟ୍ରମ୍ପ ସରକାର’ ତୀବ୍ର ଭାବରେ ଏବଂ ସ୍ପଷ୍ଟ ଭାବରେ ଗୁଞ୍ଜରିତ ହେଉଚି ଏବଂ ହ୍ବାଇଟ୍ ହାଉସରେ ତାଙ୍କର ଉତ୍ସବରେ ଲକ୍ଷ ଲକ୍ଷ ଲୋକମାନଙ୍କର ମୁଁହରେ ଖୁସି ଓ ପ୍ରଶଂସାର ଚମକ ସୃଷ୍ଟି କରିଛନ୍ତି।
ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଭେଟିଥିଲି ସେ ମୋତେ କହିଥିଲେ , ହ୍ବାଇଟ୍ ହାଉସ୍ ରେ ଭାରତ ଏକ ପ୍ରକୃତ ବନ୍ଧୁ ଅଟେ। ଆଜି ଏଠାରେ ଆପଣମାନଙ୍କର ଉପସ୍ଥିତି ଏହାର ଏକ ବଡ ପ୍ରମାଣ ଅଟେ ।
ଏହି ବର୍ଷ ଗୁଡ଼ିକ ମଧ୍ୟରେ ଉଭୟ ଦେଶ ସମ୍ପର୍କକୁ ନୂତନ ଶିଖରକୁ ନେଇଛନ୍ତି। ଶ୍ରୀମାନ୍ ରାଷ୍ଟ୍ରପତି ଆଜି ସକାଳେ ହ୍ୟୁଷ୍ଟନରେ, ବିଶ୍ବର ଦୁଇ ଜଣ ସବୁଠାରୁ ବଡ଼ ଲୋକତନ୍ତ୍ରର ଏହି ଉତ୍ସବରେ ଆପଣ ଏହି ମହାନ୍ ସହଭାଗୀତାର ସ୍ପନ୍ଦନକୁ ଶୁଣିପାରିବେ।
ଆପଣ ଆମର ଦୁଇଟି ମହାନ ଦେଶ ମଧ୍ୟରେ ମାନବୀୟ ସମ୍ପର୍କର ଶକ୍ତି ଏବଂ ଗଭୀରତାକୁ ଅନୁଭବ କରିପାରିବେ। ହ୍ୟୁଷ୍ଟନରୁ ହାଇଦ୍ରବାଦ ପର୍ଯ୍ୟନ୍ତ, ବୋଷ୍ଟନରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ, ଶିକାଗୋରୁ ସିମଲା ପର୍ଯ୍ୟନ୍ତ, ଲସ ଏଞ୍ଜେଲସରୁ ଲୁଧିଆନା ପର୍ଯ୍ୟନ୍ତ, ନ୍ୟୁ ଜର୍ସିରୁ ନୂଆ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଲୋକମାନଙ୍କ ସହିତ ହୃଦୟରୁ ସମ୍ପର୍କ ରହିଛି।
ଭାରତରେ ଏହି ସମୟରେ ରବିବାର ବିଳମ୍ବିତ ରାତ୍ରି ହେବା ସତ୍ତ୍ବେ କୋଟି କୋଟି ଲୋକ ସେମାନଙ୍କର ଟିଭି ସମ୍ମୁଖରେ ରହିଛନ୍ତି ଏବଂ ବିଶ୍ବ ବ୍ୟାପୀ ଭିନ୍ନ ଭିନ୍ନ ସମୟ କ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକମାନେ ଆଜି ଆମ ସହିତ ରହିଛନ୍ତି। ସେମାନେ ଇତିହାସ ସୃଷ୍ଟି ହେଉଥିବାର ଦେଖୁଛନ୍ତି।
ରାଷ୍ଟ୍ରପତି ମହୋଦୟ, ଆପଣ ମୋତେ 2017 ରେ ନିଜର ପରିବାର ସହିତ ସାକ୍ଷାତ କରାଇଥିଲେ ଏବଂ ଆଜି ମୋତେ ଆପଣଙ୍କୁ ମୋର ପରିବାର ଏକଶହ କୋଟିରୁ ଅଧିକ ଭାରତୀୟ ଏବଂ ସାରା ଦୁନିଆଁରେ ଥିବା ଭାରତୀୟ ଲୋକମାନଙ୍କୁ ସାକ୍ଷାତ କରାଇବାର ସମ୍ମାନ ମିଳିଛି।
ଦେବୀ ଓ ସଜ୍ଜନଗଣ, ମୁଁ ଆଜି ମୋର ମିତ୍ର, ଭାରତର ମିତ୍ର, ଜଣେ ମହାନ୍ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆପଣଙ୍କ ନିକଟରେ ଉପସ୍ଥାପନ କରୁଛି ।