ନୂଆଦିଲ୍ଲୀ: ଆଜି ଦିନରେ ମୁମ୍ବାଇରେ ଆତଙ୍କୀ ହମ୍ଲା କରାଯାଇଥିଲା । ଉକ୍ତ ଆତଙ୍କ ହମ୍ଲାରେ ପ୍ରାୟ ୧୭୦ ଜଣ ପ୍ରାଣ ହରାଇଥିଲେ ଓ ଶତାଧିକ ଆହତ ହୋଇଥିଲେ । ଆଜି ମିଳିତ ଜାତିସଂଘର କାଉଂଟର-ଟେରରିଜିମ୍ କମିଟି (ଆତଙ୍କୀ ନିବାରଣ କମିଟି) ବୈଠକରେ ଭାରତ ଯୋଗଦାନ କରି ମୁମ୍ବାଇ ଆତଙ୍କୀ ହମ୍ଲା ପଛରେ ପାକିସ୍ତାନର ହୀନ ଚକ୍ରାନ୍ତକୁ ପଦାରେ ପକାଇଥିଲା । ପାକିସ୍ତାନ ଆତଙ୍କୀ ସାଜିଦ୍ ମୀର ପ୍ରସାରଣ କରିଥିବା ଏକ ଅଡ଼ିଓ ଟେପ୍ ଶୁଣାଇ ଭାରତ ଆତଙ୍କୀଙ୍କ ଚରାଭୂଇଁ ପାକିସ୍ତାନ ବୋଲି କହିବାକୁ ପଛାଇ ନଥିଲା ।
ଉକ୍ତ ଅଡ଼ିଓ ଟେପ୍ରେ ସାଜିଦ ଆତଙ୍କୀମାନଙ୍କୁ ଭାରତ ଯାଇ ରକ୍ତପାତ ଘଟାଇବା ପାଇଁ ଆହ୍ୱାନ କରୁଛି । ବରିଷ୍ଠ ଆଇବି ଅଧିକାରୀ ପଙ୍କଜ ଠାକୁର ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ୟୁଏନ୍ ସିଟିସି ବୈଠକରେ ଆତଙ୍କୀ ସାଜିଦର ଅଡ଼ିଓ ଟେପ୍ ଶୁଣାଇଥିଲେ ।
ସାଜିଦ ଚୱାଡ୍ ହାଉସ୍ରେ ଉପସ୍ଥିତ ଆତଙ୍କୀମାନଙ୍କୁ ହମ୍ଲା କରିବାକୁ ନିର୍ଦ୍ଦେଶ ଦେଇଥିଲା । ସାଜିଦର ଅଡ଼ିଓ ଟେପ୍କୁ ୧୫ରୁ ଅଧିକ ଦେଶର ବିଦେଶ ମନ୍ତ୍ରୀ ଓ ରାଜ ପ୍ରତିନିଧିମାନେ ଶୁଣିଛନ୍ତି । ଭାରତ ପକ୍ଷରୁ ଜାରି ମୋଷ୍ଟ୍ ୱାଂଟେଡ୍ ଟେରରିଷ୍ଟ ତାଲିକାରେ ସାଜିଦ ମୀରଙ୍କ ନାମ ରହିଛି ।