ଖସୁଛି ପାରଦ, ଫୁଲବାଣୀ ସମେତ କନ୍ଧମାଳରେ ଶୀତ ଲହରୀ

କନ୍ଧମାଳ: ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତ ଲହରୀ । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।

ଶନିବାର ଫୁଲବାଣୀରେ ତାପମାତ୍ରା ୧୩. ୫ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ପାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁ ଫିଟ୍ ରଖିବା ଲାଗି ଏକ ସରସାଇଜ, ମର୍ଣ୍ଣିଂ ଓ୍ୱାକ୍ କରୁଛନ୍ତି ।