୪୦ ହଜାର କମ୍ପାନୀରେ ଝୁଲିବ ତାଲା

୬ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯିବ….

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବେଆଇନ ଟଙ୍କା କାରବାର ମାମଲାରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରାୟ ୪୦ ହଜାର ଠକ କମ୍ପାନୀ ନିକଟରୁ ଗଣି ଗଣି ଟଙ୍କ ଅସୁଲ କରିବାକୁ ବସିଛନ୍ତି ।ଜୋରିମାନା ରାଶି ଆଦାୟ ପୂର୍ବରୁ କମ୍ପାନୀ ଗେଟ୍‌ରେ ତାଲା ପକାଇବେ ସରକାର ।

ସଂକ୍ଷେପରେ କହିଲେ, ସରକାରଙ୍କ ଜାଣତରେ କମ୍ପାନୀ ପଞ୍ଜୀକରଣ କଲେ ମଲ, ନକଲେ ମଲ । ଏମିତି ଘାଂଟଚକଟା ଭିତରେ ନାମକୁ ମାତ୍ର କମ୍ପାନୀ ପଞ୍ଜୀକରଣ କରି ବସି ଯାଇଥିବା ଲୋକମାନେ ମଧ୍ୟ ହରଡ଼ଘଣାରେ ପଡ଼ିବାକୁ ଯାଉଛନ୍ତି ।

ମୋଦୀ ସରକାର ଆଗାମୀ ଦିନରେ କମ୍ପାନୀ ଲାଇସେନ୍ସ ରଦ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଦିଲ୍ଲୀ ଓ ହରିଆଣାରେ ସର୍ବାଧିକ କମ୍ପାନୀ ନାମକୁ ମାତ୍ର ପଞ୍ଜୀକୃତ ହୋଇଛି । କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ କି କାରଖାନାର ଦେଖାଦର୍ଶନ ନାହିଁ । ୬ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯିବ ।