ଚାଲ ମନ ବୁଲିଯିବା ଦିଲ୍ଲୀରୁ ତୁର୍କୀ

ଢାକା ସହର ଅବା ରାବଣପୁରୀ….

ନୂଆଦିଲ୍ଲୀ : ବାଂଲାଦେଶ ଭାରତର ପଡେ଼ାଶୀ ଦେଶ । ବର୍ଷର ଯେକୌଣସି ସମୟରେ ଆପଣ ବାଂଲାଦେଶ ଯାତ୍ରା କରିପାରିବେ । ବାଂଲାକୁ ଯିବାର ଏକମାତ୍ର ସହଜ ରାସ୍ତା ହେଉଛି ଢାକା-ଚିତାଗୋଙ୍ଗ ରାଜପଥ । ବାଂଲାଦେଶ ଯିବା ପୂର୍ବରୁ ଆପଣଙ୍କୁ ପାସପୋର୍ଟ ନେବାକୁ ପଡ଼ିବ । ତା’ ସହିତ ବାଂଲାଦେଶ ଦୂତାବାସରୁ ଆପଣଙ୍କୁ ସହଜରେ ଭିସା ମିଳିଯିବ । ସଡ଼କ ପଥରେ ଦିଲ୍ଲୀରୁ ବାଂଲାଦେଶ ୧୭୯୯ କିଲୋମିଟର ଦୂର ଯାହା ଅତିକ୍ରମ କରିବାକୁ ଲାଗିବ ମାତ୍ର ୩୨ ଘଂଟା ।

ମାଲେସିୟା ଏଭଳି ଏକ ଦେଶ ଯୋଉଠାକୁ ଆପଣ ସଡ଼କ ପଥରେ ଯାଇପାରିବେ । ଦିଲ୍ଲୀରୁ କ୍ୱାଲାଲୁମ୍ପୁର ଯିବା ପାଇଁ ଆପଣଙ୍କୁ ମ୍ୟାଁମାର ଓ ଥାଇଲାଣ୍ଡ ଭିତର ଦେଇ ଯିବାକୁ ପଡ଼ିବ । ମାଲେସିୟାକୁ ଯାତ୍ରା କରିବା ପୂର୍ବରୁ ଆପଣଙ୍କ ପାଖରେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଓ ଭିସା ରହିବା ଜରୁରୀ । ସଡ଼କ ପଥରେ ଦିଲ୍ଲୀରୁ ମାଲେସିୟା ପାଖାପାଖି ୫,୫୩୭ କିଲୋମିଟର ଯାହା ୯୫ ଘଂଟାର ଯାତ୍ରା ।

ସଡ଼କ ପଥରେ ଦିଲ୍ଲୀରୁ ଶ୍ରୀଲଙ୍କା ଯାତ୍ରା କରିବାକୁ ଚାହୁଁଥିଲେ ଆପଣଙ୍କୁ ୬ଟି ରାଜ୍ୟ ଦେଇ ତାମିଲନାଡୁରେ ପହଂଚିବେ । ତାମିଲନାଡୁର ତୁତିକୋରିନ୍‌ ବନ୍ଦରରୁ ଇଞ୍ଜିନଚାଳିତ ଛୋଟ ଜାହାଜ ସାହାଯ୍ୟରେ ଶ୍ରୀଲଙ୍କାର କଲମ୍ବୋ ଉପକୂଳକୁ ଯାଇପାରିବେ । ଦିଲ୍ଲୀରୁ ଶ୍ରୀଲଙ୍କା ମାତ୍ର ୮୪ ଘଂଟାର ରାସ୍ତା ଅର୍ଥାତ୍‌ ୩,୫୭୧ କିଲୋମିଟର ।

ସଡ଼କ ପଥରେ ଲମ୍ବା ଯାତ୍ରା ପାଇଁ ତୁର୍କୀ ଅନୁଭବ ନିଅନ୍ତୁ । ଦିଲ୍ଲୀରୁ ତୁର୍କୀ ଯିବା ବାଟରେ ଆପଣ ବହୁତ ଖାସ ଅନୁଭୁତି ଲାଭ କରିବେ । ନୂଆଦିଲ୍ଲୀରୁ ତୁର୍କୀ ଯିବା ବାଟରେ ଆପଣଙ୍କୁ ଲାସା (ତିବ୍‌ବତ)-ଚୀନ୍‌-କିର୍ଗିଜସ୍ତାନ-ଉଜବେକିସ୍ତାନ-ତୁର୍କମେନିସ୍ତାନ-ଇରାନ ଅତିକ୍ରମ କରିବାକୁ ପଡ଼ିବ । ତୁର୍କୀରେ ଆପଣଙ୍କୁ ସ୍ୱାଗତ କରିବେ ବହୁତ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ପୀଠ । ତୁର୍କୀର ଅପରୂପ ସମୁଦ୍ରତଟ ଆପଣଙ୍କ ଯାତ୍ରାଜନିତ କ୍ଲାନ୍ତିକୁ ଦୂର କରିଦେବ । ଦିଲ୍ଲୀରୁ ତୁର୍କୀ ସଡ଼କ ପଥ ଦୂରତା ପ୍ରାୟ ୩,୯୯୩ କିଲୋମିଟର ।