ଭାରତର ଘୋର ବିରୋଧୀ ପାକିସ୍ତାନର ନବନିଯୁକ୍ତ ସେନାଧ୍ୟକ୍ଷ ମୁନିର
ମୁନିର ଏକାଧାରରେ ଭାରତର ଘୋର ବିରୋଧୀ ଓ ଇମ୍ରାନଙ୍କର ଏକ ନମ୍ବର ସମାଲୋଚକ…..
ଇସଲାମାବାଦ: ପାକିସ୍ତାନର ପରବର୍ତୀ ସେନାଧ୍ୟକ୍ଷ ହୋଇଛନ୍ତି ଲେଫ୍ଟନାଂଟ ଜେନେରାଲ ଆସିମ ମୁନିର । ବିଦାୟୀ ସେନାଧ୍ୟକ୍ଷ କାମାର ଜାଭେଦ ବାଜୱାଙ୍କ ସହିତ ମୁନିରଙ୍କର ଘନିଷ୍ଠ ସଂପର୍କ ରହିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ମୁନିରଙ୍କର ଅହି-ନକୁଳ ସଂପର୍କ । ଦେଶର ସେନାଧ୍ୟକ୍ଷ ପଦବୀ ପାଇବା ପୂର୍ବରୁ ମୁନିର ପ୍ରତିରକ୍ଷା ମୁଖ୍ୟ ଓ ଆଇଏସ୍ଆଇ ମୁଖ୍ୟ ଭାବେ କାମ କରିଛନ୍ତି ।
ଜଣେ ବ୍ରିଗେଡିୟର ଭାବେ ମୁନିର ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ବାଜୱା ଏକ୍ସ ସେନାବାହିନୀର ମୁଖ୍ୟ ଥିଲାବେଳେ ମୁନିର ତାଙ୍କ ଅଧୀନରେ କାମ କରୁଥିଲେ । ମୁନିର ସେତେବେଳେ ପାକିସ୍ତାନର ଉତରାଂଚଳ ସେନାବାହିନୀକୁ ପରିଚାଳନା କରୁଥିଲେ । ଇମ୍ରାନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ମୁନିର ହିଁ ପ୍ରଥମେ ସେନାବାହିନୀ ପକ୍ଷରୁ ତୁଣ୍ଡ ଫିଟାଇଥିଲେ । ମୁନିର ଏକାଧାରରେ ଭାରତର ଘୋର ବିରୋଧୀ ଓ ଇମ୍ରାନଙ୍କର ଏକ ନମ୍ବର ସମାଲୋଚକ ।