ରାଜଧାନୀରୁ ୪ ଲୁଟେରା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍‌ ଏବଂ ୪ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ ଲଗାତର ଭାବେ ଲୁଟେରାକୁ ଧରିବାକୁ ଯୋଜନା କରୁଥିଲା । ହେଲେ ସଫଳ ହେଉନଥିଲା । ଶେଷରେ ସୋମବାର ଦିନ ୪ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଥିଲା କମିଶନରେଟ୍‌ ପୋଲିସ । ସେହିପରି ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର, ୨ଟି ବାଇକ୍‌ ଓ ୪ଟି ମୋବାଇଲ ଜବତ ହୋଇଛି । ତେବେ ଏହି ଲୁଟେରାଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ ।