ଭୁବନେଶ୍ୱର: ଆଉ କିଛି ଦିନପରେ ଆରମ୍ଭ ହେବ ପଦ୍ମପୁର ଉପ ନିର୍ବାଚନ । ଯାହାକୁ ନେଇ ବର୍ତ୍ତମାନ ରାଜନୀତିକ ପାଣିପାଗ ସରଗରମ ରହିଛି । ତିନି ଦଳର ହେବି ୱେଟ୍ ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ସହ ନିଜ ଦଳକୁ ଜିତାଇବା ପାଇଁ ଚଳାଇଛନ୍ତି ରଣ କୌଶଳ । ତେବେ ଏହାରୀ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ନିଜ ଦଳ ପାଇଁ ପଦ୍ମପୁର ଗସ୍ତ କରିଛନ୍ତି । କିନ୍ତୁ ସେ ଯିବା ସମୟରେ ତାଙ୍କ ଗାଡିକୁ ଯାଞ୍ଚ କରାଯାଇଛି । ଫଳରେ ଏହାକୁ ନେଇ ରାଜ ରାଜନିତୀରେ ହଇଚଇ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁର ପ୍ରଚାର ପାଇଁ ଯିବା ସମୟରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଗାଡି ଅଟକାଇ ଯାଞ୍ଚ କରିଛି ପୋଲିସ । ପାଟଣାଗଡ-ପଦ୍ମପୁର ରାସ୍ତାର ଗୌରପାଲି ନିକଟରେ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଗାଡି ଯାଞ୍ଚ ହୋଇଥିବା ଜଣା ପଡିଛି । ତେବେ ଚେକିଂ ସମୟରେ ତାଙ୍କ ଗାଡିରୁ କିଛି ମିଳି ନଥିବା ସୂଚନା ମିଳିଛି ।