ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦିନିକିଆ ମ୍ୟାଚର ଶେଷ ମୁକାବିଲା । ୩ ଟିକିଆ ସିରିଜର ଦୁଇଟି ମୁକାବିଲାରେ ଘରୋଇ ବାଂଲାଦେଶ ଜିତାପଟ୍ ମାରି ସିରିଜ୍ କବଜା କରିବା ପରେ ଆଜିର ମ୍ୟାଚ୍ ଭାରତୀୟ ଟିମ୍ ପାଇଁ ଚ୍ୟାଲେଞ୍ଜିଙ୍ଗ ରହିଛି । ତେବେ ଶେଷ ମୁକାବିଲାରେ ବାଂଲାଦେଶ ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରିବ ।
ବାଂଲାଦେଶ ଟିମ୍ ପ୍ରଥମ ୨ଟି ମୁକାବିଲାରେ ବିଜୟୀ ହୋଇ ସିରିଜରେ ୨-୦ ରେ ଆଗୁଆ ରହିଛି । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ଆଜିର ମ୍ୟାଚ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ନିଜର ସମ୍ମାନ ବଞ୍ଚାଇବାକୁ ଭାରତୀୟ ଟିମ୍ ପ୍ରାଣପଣେ ଚେଷ୍ଟା କରିବ ବୋଲି ଆଶା କରାଯାଉଛି । ଆହତ ହୋଇଥିବା କାରଣରୁ କ୍ୟାପ୍ଟେନ୍ ରୋହିତ୍ ଶର୍ମା, କୁଲଦୀପ୍ ସେନ୍, ଓ ଦୀପକ ଚାହର ଟିମରୁ ବାଦ ପଡିଛନ୍ତି । ରୋହିତଙ୍କ ସ୍ଥାନରେ କେଏଲ ରାହୁଲ ଟିମର ଦାୟିତ୍ୱ ନେଇଛନ୍ତି ।