ସାବାସ କରୋନା, କମିଛି ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ୨୦୧୯ ରିପୋର୍ଟ ତୁଳନାରେ ୨୦୨୧ରେ ମୃତ୍ୟୁସଂଖ୍ୟା ୧.୯% ବୃଦ୍ଧି ପାଇଛି । କିନ୍ତୁ ୨୦୧୯ ତୁଳନାରେ ୨୦୨୧ରେ ସଡ଼କ ଦୁର୍ଘଟଣା ୮.୧% କମିଛି । ଦୁର୍ଘଟଣା କମିବା କାରଣରୁ ଆହତଙ୍କ ସଂଖ୍ୟା ମଧ୍ୟ ୧୪.୮% କମିଛି । ୨୦୨୧ରେ ଦୁର୍ଘଟଣା କମିବାର କାରଣ ଭାବେ କରୋନାକୁ ଦାୟୀ କରାଯାଇଛି ।

ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ବେପରୁଆ ଗାଡ଼ିଚାଳନା, ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ ସାଙ୍ଗକୁ ପ୍ରଶାସନିକ ନିଷ୍କ୍ରିୟତାକୁ ମଧ୍ୟ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ଧରି ନିଆଯାଉଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ୪୩୨ ସଡ଼କ ଦୁର୍ଘଟଣା ଘଟିଛି । ପରିଣାମ ସ୍ୱରୂପ ୧ ଲକ୍ଷ ୫୨ ହଜାର ୯୭୨ ଜଣ ମରିଛନ୍ତି ଓ ୩ ଲକ୍ଷ ୮୪ ହଜାର ୪୪୮ ଜଣ ଆହତ ହୋଇଛନ୍ତି ।