ଚୀନ୍ ଯବାନଙ୍କୁ ମାରି ପକାଇଲା ସହିଦ ଜସବନ୍ତଙ୍କ ଆତ୍ମା
ଭାରତର ସଡ଼କ, ଟ୍ରେନ୍ ଲାଇନ୍ ନିର୍ମାଣ ଦେଖି ଚୀନ୍ ଛାନିଆ..
ନୂଆଦିଲ୍ଲୀ: ଭାରତମାଳା ପ୍ରୋଜେକ୍ଟ, ସେଲା ଟନଲ, ଅରୁଣାଚଳ ସୀମାନ୍ତ ରାଜପଥ, ଟ୍ରାନ୍ସ ରାଜପଥ, ଉତରାଖଣ୍ଡ ସବୁଦିନିଆ ରାସ୍ତା ଭଳି ପ୍ରକଳ୍ପଗୁଡ଼ିକ ପଡେ଼ାଶୀ ଚୀନର ନିଦ ହଜାଇଲାଣି । ୨୦୨୨ ଜାନୁଆରୀ ୩ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅରୁଣାଚଳ ପ୍ରଦେଶର ସିୟୋମ ବ୍ରିଜ ନିକଟରୁ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପକ୍ଷରୁ ୨୮ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଡିସେମ୍ବର ୯ ତାରିଖ ଦିନ ତୱାଙ୍ଗ ଇଲାକାରେ ଭାରତ-ଚୀନସେନା ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ଉକ୍ତ ପ୍ରକଳ୍ପଗୁଡ଼ିକର ଗୁରୁତ୍ୱ ବଢ଼ିଯାଇଛି।
ଚୀନକୁ ଅନୁସରଣ କରି ଭାରତ ଏଲ୍ଏସି ନିକଟରେ ସଡ଼କ, ପୋଲ, ଟନେଲ ଓ ରେଳ ଲାଇନ୍ ବିଛା କାମଗୁଡ଼ିକ ଆରମ୍ଭ କରିଛି । ସେଲା ଟନେଲ ନିର୍ମାଣ ପଛରେ ଭାରତ-ଚୀନଯୁଦ୍ଧ ସଂପର୍କୀତ ଛୋଟ କାହାଣୀ ଜାଣିବା ଜରୁରୀ । ୧୯୬୨ ନଭେମ୍ବର ୧୭ ତାରିଖର ଘଟଣା । ଭାରତ-ଚୀନ ଯୁଦ୍ଧା ଆରମ୍ଭ ହୋଇସାରିଥିଲା । ଗଡ଼ୱାଲ ରାଇଫଲ୍ସର ଚତୁର୍ଥ ବାଟାଲିୟନ ସେଲାଠାରୁ ପ୍ରାୟ ୨୦ କିମି ଉପରେ ଖାରସା ଓଲ୍ଡ ଓ ନୁନାଙ୍ଗ ସେକ୍ଟର ନିକଟରେ ପହରା ଦେଉଥିଲା । ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଚୀନସେନା ସେହି ଇଲାକାରେ ଅନୁପ୍ରବେଶ କଲା ଓ ଗଡ଼ୱାଲ ରାଇଫଲ୍ସର ବହୁ ଯବାନଙ୍କୁ ମାରି ପକାଇଲା ।
ସେହି ଯବାନଙ୍କ ଭିତରେ ଜଣେ ହେଉଛନ୍ତି ଜସବନ୍ତ ସିଂହ ରାୱତ । ସେ ଏକୁଟିଆ ୧୦ ହଜାର ଫୁଟ ଉଚ୍ଚରେ ରହି ଘାଟି ସମ୍ଭାଳିଥିଲେ । ତାଙ୍କ ନିକଟରେ ସ୍ଥାନୀୟ ଜନଜାତିର ଦୁଇଟି ଝିଅ ନୁରା ଓ ସେଲା ଥିଲେ । ଇଲାକା ବିଷୟରେ ଜସବନ୍ତଙ୍କୁ ସବୁ ମାଲୁମ ଥିଲା । ତେଣୁ ସେ ଅଲଗା ଅଲଗା ସ୍ଥାନରେ ବନ୍ଧୁକ ସଜାଇ ରଖିଦେଲେ ।
ଏକା ଜସବନ୍ତ ଅଲଗା ଅଲଗା ସ୍ଥାନରୁ ବନ୍ଧୁକରୁ ଗୁଳି ଫୁଟାଇ ଚୀନସେନା ମନରେ ପାହାଡ଼ ଉପରେ ବହୁତ ସେନା ଠୁଳ ହୋଇଥିବାର ଭ୍ରମ ସୃଷ୍ଟି କରିଥିଲେ । ଏକା ଜସବନ୍ତ ୩୦୦ ଚୀନ ଯବାନଙ୍କୁ ମାରି ଦେଇଥିଲେ । ଚୀନସେନା କୌଶଳର ସହିତ ଉକ୍ତ ପାହାଡ଼କୁ ଘେରାଉ କଲା । ଚୀନସେନାଙ୍କ ଗ୍ରେନେଡ୍ ମାଡ଼ରେ ସେଲା ମୃତ୍ୟୁବରଣ କଲା, ନୁରା ଧରାପଡ଼ିଲା । ଜସବନ୍ତ ଚୀନସେନା ହାତରେ ଧରାପଡ଼ିବା ପୂର୍ବରୁ ନିଜକୁ ଗୁଳି ମାରି ସହିଦ ହେଲେ । ପରେ ଚୀନସେନା ତାଙ୍କର ମୁଣ୍ଡଟିକୁ କାଟି ସାଙ୍ଗରେ ନେଇଗଲେ ।
ଭାରତୀୟ ସେନା ମନରେ ଏବେ ମଧ୍ୟ ଧାରଣା ରହିଛି ଯେ ଜସବନ୍ତ ସିଂହଙ୍କ ଆତ୍ମା ଆଜି ମଧ୍ୟ ଭାରତର ପୂର୍ବସୀମାକୁ ପହରା ଦେଉଛି । ସଂପୃକ୍ତ ସ୍ଥାନର ନାମ ଜସବନ୍ତଗଡ଼ । ଚୀନସେନା ହାତରେ ପ୍ରାଣ ହରାଇଥିବା ଝିଅ ସେଲା ନାମରେ ଘାଟିର ନାମ ସେଲା ପାସ୍ ରଖାଯାଇଛି । ଡିସେମ୍ବର ୯ ତାରିଖରେ ଭାରତୀୟ ସେନାଠାରୁ ମାଡ଼ ଖାଇ ଚୀନସେନାର ଯେଉଁ ଯବାନମାନେ ସେଲା ପାସ ନିକଟରୁ ଜସବନ୍ତଗଡ଼ ଭିତରେ ରହିଯାଇଥିଲେ; ପରଦିନ ସକାଳେ ସେମାନଙ୍କର ଖଣ୍ଡିବିଖଣ୍ଡିତ ମୃତଦେହ ଭାରତୀୟ ଯବାନଙ୍କ ଦୃଷ୍ଟିରେ ପଡ଼ିଥିଲା ।