ମୋଦୀଙ୍କ ଦମକଳ ବାହିନୀକୁ ଶତଧିକ

ଅପାରଗ କର୍ମଚାରୀଙ୍କ ପାଇଁ ଜଳିଗଲେ କିଶୋରୀ..

ଗାନ୍ଧୀନଗର: ଅହମ୍ମଦାବାଦର ଶାହିବାଗ ଅଂଚଳରେ ଅବସ୍ଥିତ ଏଗାର ମହଲା ବିଶିଷ୍ଟ ଆପାର୍ଟମେଂଟର ସପ୍ତମ ମହଲାସ୍ଥିତ ଏକ ଫ୍ଲାଟରେ ନିଆଁଟା ଲାଗିଯିବା ଫଳରେ ଜଣେ ୧୫ ବର୍ଷୀୟା କିଶୋରୀ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି । ବାଲକୋନୀରେ ପ୍ରାୟ ୨୫ ମିନିଟ୍‌ କାଳ ଠିଆ ହୋଇ କିଶୋରୀ ଜଣକ ଲୋକଙ୍କୁ ହାତଯୋଡ଼ି ଉଦ୍ଧାର ପାଇଁ ଗୁହାରି କରୁଥିଲେ । ମାତ୍ର କୌଣସି ମତେ ତାଙ୍କୁ ବଂଚାଇବା ସମ୍ଭବ ହେଲାନି ।

ସଂପୃକ୍ତ ଫ୍ଲାଟରୁ ପରିବାରର ଚାରିଜଣଙ୍କୁ ଉଦ୍ଧାର କରାଯାଇଛି । ପୀଡ଼ିତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ନିଆଁଟା ଲାଗିବାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ତଥ୍ୟ ମୁତାବକ ସକାଳ ପ୍ରାୟ ସାଢେ଼ ସାତଟା ସମୟରେ ଅହମ୍ମଦାବାଦ ଅଗ୍ନିଶମ କାର୍ଯ୍ୟାଳୟକୁ ଏକ ଫୋନ୍‌ କଲ ଆସିଥିଲା । କଲ କରିଥିବା ବ୍ୟକ୍ତିଜଣକ କହିଥିଲେ ଯେ ଶାହିବାଗସ୍ଥିତ ଗିରଧର ନଗର ସର୍କିଲ ନିକଟ ଆର୍କିଡ ଗ୍ରୀନ ଫ୍ଲାଟ୍ସର ସପ୍ତମ ମହଲାରେ ନିଆଁଟା ଲାଗିଛି । ଖବର ପାଇ ଆମ୍ବୁଲାନ୍ସ ସମେତ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚିଥିଲା । ସେତେବେଳକୁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ସାରିଥିଲା । ସମସ୍ତେ ମିଶି ପୀଡ଼ିତ ପରିବାରକୁ ଉଦ୍ଧାର କରିବା ପାଇଁ ଲାଗିପଡ଼ିଲେ ।
ଜଳନ୍ତା ଫ୍ଲାଟରୁ ଚାରିଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା । କିନ୍ତୁ କିଶୋରୀ ପ୍ରାଞ୍ଜଲ ନିଆଁଟା କବଳରେ ପଡ଼ି ଭୟରେ ବାଲକୋନୀକୁ ଯାଇ ଲୋକଙ୍କୁ ଡାକ ପକାଇଲେ ।

ଦମକଳ ଟିମର ଦୁଇଜଣ କର୍ମଚାରୀ ଆଠ ମହଲାରୁ ଦଉଡ଼ି ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ କିଶୋରୀଙ୍କ ବାଲକୋନୀରେ ପହଂଚିଥିଲେ । କିଶୋରୀଙ୍କୁ ଉଦ୍ଧାର କରିବା ପରେ ଡାକ୍ତରଖାନାକୁ ନିଆଯାଇଥିଲା । ସର୍ବାଙ୍ଗ ଶରୀର ପୋଡ଼ି ଯାଇଥିବାରୁ ତାଙ୍କୁ ବଂଚାଇବା ସମ୍ଭବ ହେଲାନାହିଁ ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ନିଆଁଟା ଲିଭାଳି ବ୍ୟବହୃତ ପାଇପରୁ ବାହାରୁଥିବା ପାଣି ପଂଚମ ମହଲା ପର୍ଯ୍ୟନ୍ତ ଯାଇଥିଲା । ସପ୍ତମ ମହଲାରେ ଲାଗିଥିବା ନିଆଁଟା ନିକଟକୁ ପାଣି ପହଂଚି ପାରିଲାନି । ପରିଣାମ ସ୍ୱରୂପ ନିଆଁଟା ବ୍ୟାପକ ଆକାର ଧାରଣ କରିଥିଲା । ନିଆଁଟା ଲିଭାଳି କର୍ମଚାରୀ ସାଙ୍ଗରେ ଆଣିଥିବା ନିଶୁଣୀ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଠିକ୍‌ ସମୟରେ ନିଶୁଣୀ ଖୋଲି ପାରିଥିଲେ ପ୍ରାଞ୍ଜଲ ବଂଚି ଯାଇଥାନ୍ତେ ।