ସୁସ୍ଥ ହେଉଛନ୍ତି ଅଭିନେତ୍ରୀ ଇଲିଆନା

ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକଙ୍କୁ ଇଲିଆନା ଧନ୍ୟବାଦ ଜଣାଇଛନ୍ତି…

ମୁମ୍ବାଇ: ଅଭିନେତ୍ରୀ ଇଲିଆନା ଡି’କ୍ରୁଜ କ୍ରମେ ସୁସ୍ଥ ହେଉଛନ୍ତି । ଖୋଦ୍‌ ଅଭିନେତ୍ରୀ ଏ ବିଷୟରେ ତାଙ୍କ ସୋସିଆଲ ଆକାଉଂଟରେ ଜଣାଇଛନ୍ତି । କିଛିଦିନ ତଳେ ଶାରୀରିକ ଅସୁସ୍ଥ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ରବିବାର ହସ୍ପିଟାଲ ବେଡରୁ ସେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ଇଲିଆନାଙ୍କୁ ତିନିବୋତଲ ଆଇଭି ଫ୍ଲୁଇଡ୍‌ ଦିଆଯାଇଛି । ଏକ ବିଶେଷ ଉପାୟରେ ଉକ୍ତ ଫ୍ଲୁଇଡ୍‌ ପ୍ରସ୍ତୁତ କରାଯାଏ । ପୀଡ଼ିତଙ୍କ ଶିରାପ୍ରଶିରାରେ ଉକ୍ତ ଫ୍ଲୁଇଡ୍‌ ଦିଆଯାଏ । ସୁନ୍ଦରୀ ଇଲିଆନାଙ୍କର ଏପରି କ’ଣ ହେଲା ଯେ ଶିରାପ୍ରଶିରାରେ ଫ୍ଲୁଇଡ୍‌ ନେବାକୁ ପଡ଼ିଲା ବୋଲି ବହୁ ପ୍ରଶଂସକ ପ୍ରଶ୍ନ କରିଛନ୍ତି । ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକଙ୍କୁ ଇଲିଆନା ଧନ୍ୟବାଦ ଜଣାଇଛନ୍ତି ।

୨୦୧୭ରେ ଆତ୍ମହତ୍ୟା ଉଦ୍ୟମ କରି ଇଲିଆନା ଚର୍ଚ୍ଚାକୁ ଆସିଥିଲେ । ଦୀର୍ଘଦିନ ଧରି ଚଳଚ୍ଚିତ୍ର ଦୁନିଆରୁ ଦୂରେଇ ରହିଥିବା ଇଲିଆନାଙ୍କୁ ଶେଷଥର ପାଇଁ ବାଦଶାହୋ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ୧୯ ବର୍ଷ ବୟସରେ ଦେବାସୁ’ ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ‘ବର୍ଫି’ ଜରିଆରେ ସେ ବଲିଉଡ୍‌ରେ ପାଦ ଦେଇଥିଲେ । ବର୍ଫି’ରେ ତାଙ୍କ ନାୟକ ଥିଲେ ରଣବୀର କପୁର ।