ମହାକାଶରେ ଚାଂଚଲ୍ୟ: ସୂର୍ଯ୍ୟଠାରୁ ଅଲଗା ହେଲା ବିରାଟ ପିଣ୍ଡଟିଏ

ୟା’ ପୂର୍ବରୁ ସେ କେବେ ସୋଲାର ଫ୍ଲେୟାର ଭାଙ୍ଗି କେବେ ଭଅଁର ଭଳି ଘୁରି ବୁଲୁଥିବାର ଦେଖିନାହାନ୍ତି….

ୱାଶିଂଟନ: ନାସା ମହାକାଶ ବିଜ୍ଞାନୀଙ୍କ ମୁହଁରେ ଭାଷା ନାହିଁ । ଏମିତି ଘଟିଲା କେମିତି? ସୂର୍ଯ୍ୟଠାରୁ ବିରାଟ ପିଣ୍ଡଟିଏ ଅଲଗା ହୋଇ ଏବେ ଭଅଁର ଭଳି ସୂର୍ଯ୍ୟପୃଷ୍ଠ ଭାଗରୁ ମାତ୍ର କେଇ ମିଟର ଦୂରତାରେ ରହି ସୂର୍ଯ୍ୟ ଚାରିପଟେ ବୁଲିବା ଆରମ୍ଭ କରିଛି । ଏହି ଘଟଣାଟି ନାସା ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନାସାର ଜେମ୍ସ ୱେବ୍‌ ଟେଲିସ୍କୋପର ଉକ୍ତ ମହାଜାଗତିକ ଘଟଣା ରେକର୍ଡ ହୋଇଛି । ଗବେଷକଙ୍କ ମତରେ ସୂର୍ଯ୍ୟଠାରୁ ମହାଶକ୍ତି ବିକିରଣ ହେଉଛି । ତା’ର ପ୍ରଭାବ ପୃଥିବୀ ପୃଷ୍ଠରେ ଦୂରସଂଚାର ପ୍ରକ୍ରିୟା ଉପରେ ପଡୁଛି । ସୂର୍ଯ୍ୟଠାରୁ ଖଣ୍ଡିଏ ଟୁକୁଡ଼ା ଅଲଗା ହୋଇ ସୌରମଣ୍ଡଳରେ ବୁଲିବା କାରଣରୁ ପୃଥିବୀ କକ୍ଷରେ ଘୁରି ବୁଲୁଥିବା କୃତ୍ରିମ ଉପଗ୍ରହଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ନାସାର ଜଣେ ବିଜ୍ଞାନୀଙ୍କ ମତରେ ସୂର୍ଯ୍ୟର ଉତର ଗୋଲାର୍ଦ୍ଧରୁ ଖଣ୍ଡିଏ ଅଲଗା ହୋଇ ବଡ଼ ଭଅଁର ଭଳି ଘୁରି ବୁଲିବା ଆରମ୍ଭ କରିଛି । ୟୁଏସ୍‌ ନ୍ୟାସନାଲ ସେଂଟର ଫର୍‌ ଏଟ୍‌ମୋସ୍ଫୋରିକ୍‌ ରିସର୍ଚ୍ଚରେ କାର୍ଯ୍ୟରତ ସୋଲାର ଫିଜିସିଷ୍ଟ ସ୍କଟ୍‌ ମ୍ୟାକିଂଟୋଭ କହିଛନ୍ତି ଯେ ସେ ବିଗତ ଦଶନ୍ଧି ଧରି ସୂର୍ଯ୍ୟ ସମ୍ବନ୍ଧରେ ଗବେଷଣା କରୁଛନ୍ତି । ୟା’ ପୂର୍ବରୁ ସେ କେବେ ସୋଲାର ଫ୍ଲେୟାର ଭାଙ୍ଗି କେବେ ଭଅଁର ଭଳି ଘୁରି ବୁଲୁଥିବାର ଦେଖିନାହାନ୍ତି । ଏବେ ସୂର୍ଯ୍ୟ ଉପରେ ୨୪ ଘଂଟା ଧରି ତୀକ୍ଷ୍ଣ ନଜର ରଖାଯାଇଛି ।