ସାଇବର ଠକଙ୍କ ମିସ୍‌ କଲେ ରିସିଭ୍‌ କଲେ ମହାବିପଦ

ରିସିଭ୍‌ କରି ଜଣେ ହରାଇଛନ୍ତି ସାଢେ଼ ୫୦ ଲକ୍ଷ….

ନୂଆଦିଲ୍ଲୀ : ସାଇବର ଠକମାନେ ନାନା ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ତେଣୁ ଆପଣମାନେ ଅଜଣା କଲ୍‌ କେବେ ମଧ୍ୟ ରିସିଭ୍‌ କରନ୍ତୁ ନାହିଁ । ଏପରିକି ଅଜଣା କଲରେ କଥା ହୁଅନ୍ତୁ ନାହିଁ । ଏମିତି ଏକ ଘଟଣାରେ ଜଣେ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ହରାଇ ଥାନାର ଆଶ୍ରୟ ନେଇଛନ୍ତି । ସୂଚନା ମୁତାବକ ଦିଲ୍ଲୀର କାପସ୍‌ହେଡ଼ାରେ ସିକୁରିଟି ଏଜେନ୍ସି ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କ ନିକଟକୁ ଅଜଣା କଲଟିଏ ଆସିଲା ।
କଲ ରିସିଭ କରିବାରୁ ଆରପଟୁ କିଛି ଉତର ମିଳିଲାନି । ପରେପରେ ଅଲଗା ଅଲଗା ନମ୍ବରରୁ ମିସ୍‌ କଲ୍‌ ଆସିଲା । ତା’ପରେ ଫୋନ୍‌ରୁ ଜଣାପଡ଼ିଲା ଯେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷ ୬୩ ହଜାର ଟଙ୍କା କଟିଯାଇଛି । ଏହି ଘଟଣାରେ ପାଗଳପ୍ରାୟ ହୋଇ ସଂପୃକ୍ତ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ଆପଣଙ୍କୁ ସାବଧାନ କରିବା ଆମର କର୍ତବ୍ୟ।