ଭୁବନେଶ୍ୱର (ଏସ ନ୍ୟୁଜ ): କୋଭିଡ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ସୁରୁଖୁରୁରେ ଚାଲିଛି ମତଦାନ । ଦିନ ୧ଟା ସୁଦ୍ଧା ହାରାହାରି ୪୦.୫୧ % ମତଦାନ ହୋଇଛି ।
ବାଲେଶ୍ୱରରେ ୪୧.୩୬% ଏବଂ ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ମିଳିଛି । ଯେଉଁଠି ମକପୋଲ୍ ସମୟରେ ତ୍ରୁଟି ଜଣାପଡୁଛି, ସେହି ସବୁ ସ୍ଥାନରେ ତ୍ରୁଟି ସୁଧୁରା ଯାଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ।ଏହାସହ ବାଲେଶ୍ୱରରେ ପୁଲିସ୍ କର୍ମଚାରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ହେବା ପରେ ସଂପୃକ୍ତ ବୁଥ୍ରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି । ତଦନ୍ତରେ ପ୍ରମାଣ ମିଳିନଥିଲେ ବି ବିଏଲ୍ଓ ଏବଂ ଜଣେ ପୁଲିସ୍ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା କହିଲେ ନିର୍ବାଚନ କମିଶନ।