ପୁଣିଥରେ ଗୁଜୁରାଟରେ ଭୂମିକମ୍ପ

ନୂଆଦିଲ୍ଲୀ: ଗୁଜୁରାଟର କଚ୍ଛରେ ସୋମବାର ସକାଳେ ପୁଣି ଭୂମିକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର  ତୀବ୍ରତା ୩.୨ ରହିଥିବା ଜଣାପଡ଼ିଛି।  ଭୂମିକମ୍ପର ଝଟକା ସୋମବାର ସକାଳ ପାଖାପାଖି ୭.୩୫ରେ ଲାଗିଥିବା ସ୍ଥାନୀୟଲୋକେ କହିଛନ୍ତି। ତେବେ ଏହି ଭୂମିକମ୍ପ ଝଟକାରେ ଲୋକେ ଭୟଭୀତ ହୋଇ ଘରୁ ଚାଲି ଆସିଥିବ‌ା‌ବେଳେ, ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ କିଛିଦିନ ମଧ୍ୟରେ କଚ୍ଛରେ ଦ୍ବିତୀୟଥର ପାଇଁ ଭୂମିକମ୍ପର ଝଟକା ଲାଗିଥିବାରୁ  ଲୋକଙ୍କ ମନରେ ଛାନିଆ ପଶିଯାଇଛି। ତେବେ କିଛିଦିନ ପୂର୍ବରୁ ମାର୍ଚ୍ଚ ୧୩ ତାରିଖରେ କଚ୍ଛରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଝଟକା ରିକ୍ଟର ସ୍କେଲରେ ୩.୯ ରେକର୍ଡ ହୋଇଥିଲା।